ଲିମ୍ବ କାଠିରେ ଦାନ୍ତ ସଫା କରିବା ଦ୍ୱାରା କ’ଣ ଲାଭ ହୁଏ ଜାଣନ୍ତୁ ?

175

ଆଜି ମଧ୍ୟ ଆମ ଦେଶ ଭାରତରେ ଅନେକ ଗାଁ ଗୁଡ଼ିକରେ ଟୁଥବ୍ରସ ପରିବର୍ତ୍ତେ କାଠିର ବ୍ୟବହାର କରିବା ପାଇଁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଲୋକଙ୍କ ହିସାବରେ ଦାନ୍ତର ସୁରକ୍ଷା ପାଇଁ ଏହା ହିଁ ସର୍ବୋତ୍ତମ ଉପାୟ । ଏହି କାରଣରୁ ହିଁ ଆଜିକାଲି ଅଧିକାଂଶ କମ୍ପାନୀ ଗୁଡ଼ିକ ଦାବି କରୁଠନ୍ତି ତାଙ୍କ ଟୁଥପେଷ୍ଟରେ ଲିମ୍ବର ବ୍ୟବହାର କରାଯାଉଛି ।

ଲିମ୍ବରେ ଅନେକ ଔଷଧୀୟ ଗୁଣରେ ଭରପୁର ଥାଏ । ଲିମ୍ବର ପତ୍ର, ମଞ୍ଜି, ଛାଲି, ଫୁଲ, ଫଳ କୌଣସି ନା କୌଣସି ରୂପରେ ଆମ ପାଇଁ ଲାଭଦାୟକ ଅଟେ । ଲିମ୍ବ କାଠି ବ୍ୟବହାର କରିବା ଦାନ୍ତ ସହ ଜଡ଼ିତ ଅନେକ ସମସ୍ୟାରୁ ରକ୍ଷା ମଳିିଥାଏ । ଲିମ୍ବରେ ଆଣ୍ଟିବ୍ୟାକ୍ଟେିରଆଏ , ଆଣ୍ଟି ଭାଇରାଲ ଓ ଆଣ୍ଟି ସେପ୍ଟିକ ତତ୍ତ୍ୱ ଥାଏ । ଲିମ୍ବ କାଠି ବ୍ୟବହାର କରିବା ଦ୍ୱାରା ଦାନ୍ତ ଉପରେ ଜମୁଥିବା କୀଟାଣୁରୁ ରକ୍ଷା ମିଳେ ।

ଏହାହସ ଲିମ୍ବର କଡ଼ା ସ୍ୱାଦ ମୁଖ ଦୂର୍ଗନ୍ଧ ମଧ୍ୟ ଦୂର କରେ । ପ୍ରତିଦିନ ଲିମ୍ବକାଠି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ସଫା ହେବା ସହ ଦାନ୍ତରେ ଚମକ ଆସିବ । ଆପଣ ଦାନ୍ତକୁ ସଫା କରିବା ପାଇଁ ଯେତେବେଳେ କେମିକାଳ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରନ୍ତି, ଏହା ଦାନ୍ତକୁ ବହୁତ କ୍ଷତି ପହଞ୍ଚିଥାଏ । ତେଣୁ ଏପରିସ୍ଥଳେ ଆପଣ ଲିମ୍ବ କାଠିର ବ୍ୟବହାର କରିବା ଉଚିତ୍ ।

ଲିମ୍ବ କାଠି ବ୍ୟବହାର କରିବା ପାଇଁ ପ୍ରଥମେ ଲିମ୍ବ ଗଛରୁ ୧୫ ସେମି ଲମ୍ବର ଏକ କାଠି ଭାଙ୍ଗନ୍ତୁ । ଏହାପରେ ଏହାର ଉପର ପରସ୍ତକୁ ଛଡ଼଼ାଇ ଦିଅନ୍ତୁ । ଏବେ ଏହାକୁ ଆପଣ ବ୍ୟବହାର କରିପାରିବେ । ଯେତେବେଳେ ଆପଣ ଲିମ୍ବକୁ ଚୋବାନ୍ତି, ତାହାର କଡ଼ା ରସ ବାହରିଥାଏ ଯାହା ମୁହଁର ବ୍ୟାକ୍ଟେରିଆକୁ ଶେଷ କରିଥାଏ । ପ୍ରତିଦିନ ଏପରି କରିବା ଦ୍ୱାରା ଦାନ୍ତର ଇନଫେକ୍ସସନ ମଧ୍ୟ ଦୂର ହେବ ।