୧୫ ବର୍ଷର ଅଭୟ : କମ୍ ବୟସର ଛାତ୍ର ଭାବେ ଆଇଆଇଟିରେ ଲେଖାଇଲେ ନାଁ

145

ଫିରୋଜାବାଦ : ଫିରୋଜାବାଦର ୧୫ ବର୍ଷର ଅଭୟ ଅଗ୍ରୱାଲ୍ । ଆଇଆଇଟିରେ ନାମଲେଖାଇବାରେ ସବୁଠୁ କମ୍ ବୟସର ଛାତ୍ର ହେବାକୁ ଯାଉଛନ୍ତି । ସାଧାରଣତଃ ୧୫ ବର୍ଷରେ ଛାତ୍ରଟିଏ ୧୦ ଶ୍ରେଣୀ ପରୀକ୍ଷାର ପ୍ରସ୍ତୁତି କରୁଥାଏ । ହେଲେ ଏହି ବୟସରେ ଅଭୟ ଆଇଆଇଟି –କାନପୁରରେ ନାମ ଲେଖାଇବାକୁ ପହଁଚିଛନ୍ତି ।

ଅବୟ ଏହି ବର୍ଷ ଜେଇଇ-ଆଡଭାନ୍ସ ପାସ୍ କରିଛନ୍ତି । ଜେଇଇ ଆଡଭାନ୍ସରେ ୨୪୬୭ ଅଲ୍ ଇଣ୍ଡିଆ ରାଙ୍କ୍ ହାସଲ କରିଛନ୍ତି । ଆଇଆଇଟି-ଜି କାନପୁର ଜୋନ୍ ର ଭାଇସ୍ ଚେୟାରମ୍ୟାନ୍ ପ୍ରଫେସର୍ ଶଲଭ କହିଛନ୍ତି ,. ଯେତେବେଳେ ଅଭୟ ସାର୍ଟିଫିକେଟ୍ ପ୍ରମାଣ ପତ୍ର ଦେବାକୁ ପହଁଚିଲେ , ତାଙ୍କୁ ଦେଖି ଖୁସି ହୋଇଯାଇଥିଲି । ଅନ୍ୟ ଷ୍ଟାଫ୍ ମେମ୍ବରମାନେ ମଧ୍ୟ ଅଭୟଙ୍କ ବୟସ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଭୟଙ୍କୁ ମେକାନିକାଲ୍ ଇଂଜିନିୟରିଂରେ ସ୍ଥାନ ମିଳିଛି । ତାଙ୍କ ପିତା ମୁକେଶ ଅଗ୍ରୱାଲ୍ ଫିରୋଜାବାଦ ନଗରରେ ଏକ ପମ୍ପ ଆଟେଣ୍ଡାଣ୍ଟ ପଦରେ ଅଛନ୍ତି । ସେ କହିଛନ୍ତି , ‘ଅଭୟ ବହୁତ କମ୍ ବୟସରେ ଆମ ନାଁ ରଖିଛି । ଅଭୟ ଇଂଜିନିୟର ହେବାର ତାଙ୍କ ପରିବାର ପାଇଁ ଦ୍ୱିତୀୟ ସଦସ୍ୟ ହେବେ । ତାଙ୍କର ବଡ ଭାଇ ଏକ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ ରୁ ବି.ଟେକ୍ କରୁଛନ୍ତି । ତାଙ୍କର ମା’ ଦ୍ୱାଦଶ ଶ୍ରେଣୀ ଯାଏ ପଢିଛନ୍ତି ଏବଂ ତାଙ୍କ ପିତା ଜଣେ ଆର୍ଟ୍ସ ଗ୍ରାଜୁଏଟ୍ ।
(ସୈାଜନ୍ୟ – ନବଭାରତ ଟାଇମ୍ସ)