କାଳବୈଶାଖୀ ସମ୍ଭାବନା ! ୨୮ରୁ ପୁଣି ପ୍ରବଳ ଖରା, ପାରଦ ଟପିପାରେ ୪୦ ଡିଗ୍ରୀ

22

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସୋନପୁର ପୁଣିଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଏଠାରେ ଗତକାଲି ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା । କିନ୍ତୁ ଉପକୂଳବାସୀଙ୍କୁ ତାତିରୁ ଟିକିଏ ଅଶ୍ୱସ୍ତି ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ହାଲକା ବର୍ଷା ହୋଇଛି ।

ପାଗ ମଧ୍ୟ କୋହଲା ରହିଥିବାରୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି । କେନ୍ଦୁଝରଗଡ଼ରେ ସର୍ବାଧିକ ୮ ମି.ମି. ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀର ଆଶଙ୍କା ରହିଛି । ଆସନ୍ତା ୨୭ ତାରିଖଠାରୁ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇବ ।