ପାଣି ଘେରରେ ଘରଦ୍ୱାର, ଜଳବନ୍ଦୀ ଜନଜୀବନ। ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ବିତ୍ପାତ।

113

କନକ ବ୍ୟୁରୋ: ପ୍ରବଳ ବର୍ଷା, ବନ୍ୟା ଓ ତାର ପ୍ରଳୟଙ୍କାରୀ ରୂପ । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ଏହା ସହ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅଧିକାଂଶ ଲୋକେ । ଯେଉଁଆଡ଼େ ଦେଖିବ ପାଣି ହିଁ ପାଣି । ଘରଦ୍ୱାର, ରାସ୍ତାଘାଟ ସବୁଠି ଜଳମୟ । ଲୋକଙ୍କ ଜୀବନଯାପନ ପ୍ରଣାଳୀରେ ବାଧାସୃଷ୍ଟି କରିଛିା ମହାରାଷ୍ଟ୍ର,ଗୁଜୁରାଟ,ଛତିଶଗଡ଼,ରାଜସ୍ଥାନ,ମଧ୍ୟପ୍ରଦେଶ,ତେଲେଙ୍ଗାନା,କର୍ଣ୍ଣାଟକ ଏବଂ କେରଳ ଭଳି ଦେଶର ୨୫ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ୨୪ ଘଣ୍ଟାରେ ୧୪ ଲୋକଙ୍କ ମୃତ୍ୟୁହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରର ଏଭଳି ବନ୍ୟା ପରିସ୍ଥିତ ଯୋଗୁଁ ଏଯାଏଁ ମୋଟ ୮୪ ଜଣଙ୍କ ଜୀବନ ଗଲାଣି ।

ଅନ୍ୟପଟେ ତେଲେଙ୍ଗାନାରେ ଗତକାଲି ୬୮ ଦଶମିକ ୨ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ଛତିଶଗଡ଼ରେ ୩୫ ଦଶମିକ ୮ ମିମି ଓ ମହାରାଷ୍ଟ୍ରରେ ୪୩ ମିମି ବର୍ଷା ରେକର୍ଡ଼ ହୋଇଛି । ବର୍ଷାରେ ବେହାଲ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସବୁଠୁ ସଙ୍ଗୀନ । ସବୁଆଡ଼େ କେବଳ ପାଣି ହିଁ ପାଣି । ପ୍ରବଳ ବର୍ଷା ଯୋଗୁଁ ଠାଣେ , ପାଲଘର ସବୁ ସ୍କୁଲ ଗୁଡ଼ିକ ବନ୍ଦ କରାଯାଇଛି । ଏହା ସହ ମୁମ୍ବାଇ ୟୁନିଭରସିଟିରେ ଆଜି ହେବାକୁ ଥିବା ପରୀକ୍ଷା ମଧ୍ୟ ବନ୍ଦ ହୋଇଛି ।