ପାଣି ପାଇଁ ତାତିଲେ ଛାତ୍ରୀ, ଦେଲେ ଧାରଣା : କୁଳପତିଙ୍କ ଆଶ୍ୱାସନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

111

କନକ ବ୍ୟୁରୋ : ବାଣୀବିହାର ୭ନଂ ହଷ୍ଟେଲରେ ପାଣି ସମସ୍ୟାକୁ ନେଇ କ୍ୟାମ୍ପସ ଗେଟ ବନ୍ଦ କଲେ ଶତାଧିକ ହଷ୍ଟେଲ ଛାତ୍ରୀ । ଉକ୍ରଳ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଛାତ୍ରୀନିବାସର ଛାତ୍ରୀମାନେ ଧାରଣା ଦେବା ସହ କୂଳପତିଙ୍କ ବିରୋଧରେ ନାରାବାଜି କରିଛନ୍ତି । ଶୈଳବାଳା ତଥା ୭ ନଂବର ହଷ୍ଟେଲରେ ପାଣି ଆସୁନଥିବାରୁ ଛାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ ଆଣିଛନ୍ତି ।

ଏଥିସହ ଲାଇଟ ସମସ୍ୟା, ହଷ୍ଟେଲ ପାଚେରୀ ଭାଙ୍ଗି ଯାଇଥିବାରୁ ଛାତ୍ରୀମାନେ ସୁରକ୍ଷିତ ମଣୁନଥିବା କହିଛନ୍ତି । ଅନ୍ୟପଟେ ହଷ୍ଟେଲ ଇନଚାର୍ଜ ହଷ୍ଟେଲକୁ ଆଦୌ ଆସୁନାହାନ୍ତି କି ଛାତ୍ରୀଙ୍କ ସମସ୍ୟା କଣ ଜାଣିବାକୁ ଆଗ୍ରହ ମଧ୍ୟ ଦେଖାଉ ନାହାନ୍ତି । ଏନେଇ ଭାଇସଚାନସେଲରଙ୍କୁ ବାରମ୍ବାର ଅଭିଯୋଗ କରୁଥିବା ସତ୍ୱେ ସମସ୍ୟାର ସମାଧାନ ହେଉ ନାହିଁ । ଅଭିଯୋଗ କଲେ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ ସମାଧାନ କରାଯାଉ ନାହିଁ ବୋଲି ଧାରଣାରତ ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।