ଆରମ୍ଭ ହେଲା ଅମରନାଥ ଯାତ୍ରା : ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ

202

କନକ ବ୍ୟୁରୋ : କୋଭିଡ଼ କଟକଣା ଯୋଗୁଁ ୨ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ ।  ବାର୍ଷିକ ଅମରନାଥ ଯାତ୍ରା ପାଇଁ ୩ ଲକ୍ଷରୁ ଅଧିକ ଯାତ୍ରୀ ପଞ୍ଜିକରଣ କରିଛନ୍ତି । ପ୍ରଥମ ବ୍ୟାଚ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି ।

‘ବମ୍‌ ବମ୍‌ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲତାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ତୀର୍ଥଯାତ୍ରୀଙ୍କ ଗତିବିଧି ତଥା କଲ୍ୟାଣ ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥ‌ା କରିଛନ୍ତି ।