ସାଂସଦଙ୍କୁ ଗାଁ ଲୋକଙ୍କ ବିରୋଧ ! ସାଂସଦ କଳିକେଶ ସିଂଦେଓଙ୍କୁ ଏକ ଭୂତଳ ପାଣି ଟାଙ୍କିର ଉଦଘାଟନ କରିବାକୁ ଦେଲେ ନାହିଁ ସ୍ଥାନୀୟ ଲୋକେ

45

କନକ ବ୍ୟୁରୋ: ସାଂସଦଙ୍କୁ ଗାଁ ଲୋକଙ୍କ ବିରୋଧ । ଉଦଘାଟନ କାର୍ଯ୍ୟକ୍ରମ କରିବାକୁ ଦେଲେ ନାହିଁ ସ୍ଥାନୀୟ ଲୋକେ । ବଲାଙ୍ଗିର ପୁଇଁତଳା ବ୍ଲକର ଜଳଗଡ ଗାଁରେ ଏକ ଭୂତଳ ପାଣି ଟାଙ୍କି ଉଦଘାଟନ ପାଇଁ ଲୋକସଭା ସାଂସଦ କଳିକେଶ ସିଂଦେଓ ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ । କେବଳ ନିର୍ବାଚନକୁ ଆଖିର ରଖି ସାଂସଦ ସେମାନଙ୍କ ପାଖକୁ ଆସୁଛନ୍ତି ।

ଅନ୍ୟପଟେ ନିମ୍ନମାନର କାମ ଓ ଅଧାପନ୍ତରିଆ କାମକୁ ଉଦଘାଟନ କରିବାକୁ କେବଳ ବାହାବା ନେବାକୁ ସାଂସଦ ଚାହୁଁଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଲୋକଙ୍କ ତୀବ୍ର ବିରୋଧ ପରେ ସାଂସଦ କଳିକେଶ ସିଂଦେଓ ଉଦଘାଟନ ନକରି ଫେରିଆସିବାକୁ ବାଧ୍ୟ ହୋଇଥିଲେ ।