ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ସେବା ସମବାୟ ସମିତିର ସଭାପତି

29

ବୌଦ୍ଧ : ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ସେବା ସମବାୟ ସମିତିର ସଭାପତି ଅନ୍ତର୍ଯ୍ୟାମୀ ଚାଉଳିଆ । ଅନ୍ତର୍ଯ୍ୟାମୀ ୫୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଶଙ୍କୁଳେଇ ସେବା ସମବାୟ ସମିତିର ନିଲମ୍ବିତ ସଂପାଦକ ସଂଜୟ କୁମାର ବାଇଘରିଆଙ୍କୁ ପୁନଃ ନିଯୁକ୍ତି ପାଇଁ ଲାଂଚ ମାଗିଥିଲେ ଅନ୍ତର୍ଯ୍ୟାମୀ । ଏହା ପରେ ସଂଜୟ ଫୁଲବାଣୀ ଭିଜିଲାନ୍ସର ଆଶ୍ରୟ ନେଇଥିଲେ । ପୂର୍ବ ଯୋଜନା ମୁତାବକ ସେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ୫୦ ହଜାର ଟଙ୍କା ଜବତ କରିଛି ।