ଭାରତକୁ ଟିକା ପଠାଇବ କି ଆମେରିକା ? ଇସାରା ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜୁଲାଇରେ ଏନେଇ ହୋଇପାରେ ନିଷ୍ପତ୍ତି ।

278

କନକ ବ୍ୟୁରୋ : ଭାରତର କୋଭିଡ ସ୍ଥିତି ଓ ସହାୟତା ବିଷୟରେ ମତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ଆମେରିକା ସବୁ ପ୍ରକାର ସହାୟତା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି ।

ତେବେ ଭାରତକୁ ଆମେରିକା ଟିକା ଯୋଗାଇବ କି ବୋଲି ପ୍ରଶ୍ନର ମଧ୍ୟ ସେ ଉତ୍ତର ରଖିଛନ୍ତି । ଆମେରିକା ଜୁନରୁ ବିଭିନ୍ନ ଦେଶକୁ ୬ କୋଟି ଆଷ୍ଟ୍ରାଜେନିକା ଟିକା ପଠାଇବ । ଜୁଲାଇରେ ଏହି ଟିକା ପଠାଇବା ପରିମାଣକୁ ବଢ଼ାଇପାରେ ଆମେରିକା । ସେହି ସମୟରେ ଭାରତକୁ ଟିକା ପଠାଇବା ନେଇ ନିଷ୍ପତି ନିଆଯାଇପାରେ ବୋଲି ସେ ଇସାରା ଦେଇଛନ୍ତି ।