କଳାହାଣ୍ଡିରେ ପୁଲୱାମୀ ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନକୁ ଯୋଗୀଙ୍କ କଡା ତାଗିଦ: କହିଲେ, ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦେବୁ

130

କନକ ବ୍ୟୁରୋ: ଓଡିଶା ଗସ୍ତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିଥିଲେ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଯୋଗୀ । ଭାବନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ କର୍ମୀ ସମାବେଶରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଯବାନଙ୍କ ଉଦ୍ଦେଶ୍ୟରେ ଯୋଗୀ କହିଛନ୍ତି କି ଦେଶର ସୀମାରେ ବାହାଦୁର ଯବାନ ମାନେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛନ୍ତି । ଆତଙ୍କବାଦୀମାନେ ଭାରତର ନାଗରିକା ସହ ଖେଳ ଖେଳୁଛନ୍ତି । ତେବେ ଏହାର ଜବାବ କେବଳ ମୋଦି ସରକାର ଦେଇପାରିବେ ବୋଲି ଲୋକେ ଆଶା କରିଛନ୍ତି । କାଶ୍ମୀରରେ ଶାନ୍ତି ପାଇଁ ଉଦ୍ୟମ କରୁଛି ସେନା ।

ଆଜି ପାକିସ୍ତାନ ଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଭାରତକୁ ଡରୁଛନ୍ତି । ତେବେ ଆତଙ୍କବାଦ ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର । ପାକିସ୍ତାନକୁ କଡା ତାଗିଦ କରି ଯୋଗୀ କହିଛନ୍ତି କି, କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ । ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି ପାକିସ୍ତାନ ଉପରେ ବି ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ ।