ଜଣେ ଯବାନଙ୍କ ପତ୍ନୀ ଆଗକୁ କ’ଣ ହେବ ଭାବି କେବେ ବିବାହ କରିନଥାଏ ! ପଢନ୍ତୁ ମେଜର୍ ବିଭୁତି ଢୋଢିଆଲଙ୍କ ବାହାଦୂର ପତ୍ନୀଙ୍କ ସାହସକଲା ଭଳି କଥା । 

3,054

ଦେଶ ପାଇଁ ପ୍ରତି ସମୟରେ ବଳିଦାନ ଦେବା ଭଳି ସାହସ ରଖୁଥିବା ଜଣେ ଯବାନଙ୍କ ପତ୍ନୀ କେବେ ବି ଏହି ଚିନ୍ତା କରି ବିବାହ କରିନଥାଏ ଯେ ଆଗକୁ କ’ଣ ହେବ ! ଏହା ଏକ ଏଭଳି ଭାବନା ଯାହାକୁ ଶବ୍ଦରେ କହିବା ଅସମ୍ଭବ । ଜୀବନରେ ରିସ୍କ ସବୁବେଳେ ଥାଏ ଏବଂ ଏହାକୁ ଆପଣଙ୍କୁ ସ୍ୱୀକାର କରିବାକୁ ହିଁ ପଡିବ । ଏହାସହ ଏକ ଯବାନଙ୍କ ଭଳି ଯବାନଙ୍କ ପତ୍ନୀଙ୍କୁ ମଧ୍ୟ ବାହାଦୂର୍ ହେବାକୁ ପଡିବ । ଏହି ବାହାଦୂର୍ କଥା କହିଥିଲେ ପୁଲତ୍ତ୍ୱୱାମାରେ ଜୈସ୍-ଏ-ମହମ୍ମଦ ସହ ଯୁଦ୍ଧରେ ସହିଦ୍ ହୋଇଥିବା ମେଜର୍ ବିଭୂତି ଢୋଢିଆଲଙ୍କ ବାହାଦୂର ପତ୍ନୀ ନିକିତା କୋଲ୍ । ପୁଲତ୍ତ୍ୱୱାମା ଆକ୍ରମଣରେ ଦେଶବାସୀଙ୍କ ଆଖିରୁ ଲୁହ ଏବଂ ମନରୁ କ୍ରୋଧର ଜ୍ୱାଳା ତାଜା ରହିଥିବା ବେଳେ ସହିଦ୍ ମେଜର୍ ବିଭୂତିଙ୍କ ବାହାଦୂରୀକୁ ଏବେ ସାରା ଦେଶ ସଲାମ୍ କରୁଛି । ସହିଦ୍ ମେଜରଙ୍କ ପତ୍ନୀ ନିକିତାଙ୍କ କହିବାନୁସାରେ ତାଙ୍କୁ ପତୀଙ୍କ ବଳିଦାନ ଉପରେ ଗର୍ବ ଅନୁଭବ ହେଉଛି । ଏହା ବହୁତ ଦୁଃଖର ସମୟ ହୋଇଥିଲେ ବି ଦେଶ ଏବଂ ଜନତାଙ୍କ ପାଇଁ ନିଜ ଜୀବନକୁ ଜଳାଞ୍ଜଳୀ ଦେଇଥିବା ସହିଦ୍ ସ୍ୱାମୀ ବିଭୂତିଙ୍କ ଉପରେ ପତ୍ନୀ ନିକିତା ଗର୍ବ କରୁଛନ୍ତି ।

ଯିଏ ଚାଲିଗଲେ ତାଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ  : 

ସହିଦ୍ ମେଜରଙ୍କ ପତ୍ନୀ ନିକିତା କୋଲ୍ ଢୋଢିଆଲ୍ କହିଥିଲେ , ଯିଏ ଚାଲିଗଲେ ତାଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ । ସବୁଠାରୁ ବଡ ଜିନିଷ ହେଉଛି କିଏ କାହା ପାଇଁ କେତେ ବଳିଦାନ ଦେଇଛି । ଏହା ଜରୁରୀ ନଥାଏ ଯେ କେବଳ ସେନାରେ ରହି ହିଁ ଆପଣ ଦେଶ ପାଇଁ କାମ କରିବେ । ଆପଣ ଯେକୌଣସି କର୍ମକ୍ଷେତ୍ରରେ ରହିଲେ ମଧ୍ୟ ନିଜ କାମ ପ୍ରତି ସଚ୍ଚୋଟ ରୁହନ୍ତୁ । ଏଭଳି କରିବା ଦ୍ୱାରା ଅନେକ କିଛି ଆପେ ଆପେ ହିଁ ଠିକ୍ ହୋଇଯିବ । ଆମେ ଯଦି ସୂଚାରୁରୁପେ ଆମ କାମ କରିବା ତେବେ ଏହି ସ୍ଥିତିରେ ହିଁ ବହୁତ ଲୋକଙ୍କ ଜୀବନ ବଂଚିଯିବ ।

ସାଲ୍ୟୁଟ୍ ଏବଂ ଆଇ ଲଭ୍ ୟୁ କହି ଦେଲେ ଅନ୍ତିମ ବିଦାୟ : 

ଅନ୍ତିମ ବିଦାୟ ସମୟରେ ମେଜରଙ୍କ ମା’ ଏବଂ ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉନଥିଲା । ମେଜର୍ ଢୋଢିଆଲଙ୍କ ପତ୍ନୀ କାନ୍ଦୁଥିବା ଅବସ୍ଥାରେ ନିଜ ସହିଦ୍ ସ୍ୱାମୀଙ୍କୁ ଆଇ ଲଭ୍ ୟୁ କହି ଅନ୍ତିମ ବିଦାୟ ଦେଇଥିଲେ । ଏହି ଦୃଶ୍ୟ ଯେ କେହି ବି ଦେଖିଥିଲେ ତାଙ୍କ ଆଖିରୁ ଲୁହ ଗଡି ଆସିଥିଲା । ଏହା ପୂର୍ବରୁ ନିକିତା ନିଜ ସହିଦ୍ ପତ୍ନୀଙ୍କୁ ଜୟହିନ୍ଦ୍ କହି ସାଲ୍ୟୁଟ୍ ମାରିଥିଲେ । ଆପଣଙ୍କୁ କହିରଖୁଛୁ ମେଜର୍ ଏବଂ ତାଙ୍କ ପତ୍ନୀ ନିକିତାଙ୍କ ବିବାହ ୧୦ ମାସ ତଳେ ହିଁ ହୋଇଥିଲା । ତାଙ୍କ ବିବାହ ବାର୍ଷିକି ଏପ୍ରେଲ ୧୯ ତାରିଖ ଦିନ ଥିଲା । ମେଜର ବିଭୁତି ପତ୍ନୀଙ୍କୁ ବିବାହ ବାର୍ଷିକିରେ ଘରକୁ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସୋମବାର ଏଭଳି ଏକ ଦୁଃଖଦ ଖବର ଶୁଣି ତାଙ୍କ ଅପେକ୍ଷାର ଅନ୍ତ ସେଠାରେ ହିଁ ଘଟିଯାଇଥିଲା ।