ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଇସ୍ପାତ ଉତ୍ପାଦନରେ ଆରଏସପି ହେବ ଦେଶର ପେଣ୍ଠସ୍ଥଳୀ, ୩ଶହ ମିଲିୟନ ଟନ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟ ।
କନକ ବ୍ୟୁରୋ: ଦେଶର ଷ୍ଟିଲ ଉତ୍ପାଦନର ପେଣ୍ଠସ୍ଥଳୀ ହେବ ରାଉରକେଲା ଷ୍ଟିଲ ପ୍ଲାଂଟ । ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣିଜ ସଂପଦରେ ଭରପୁର ଅଂଚଳରେ ଏହି ଷ୍ଟିଲ୍ ପ୍ଲାଣ୍ଟ୍ ଥିବାରୁ ଷ୍ଟିଲ ଉତ୍ପାଦନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଗାମୀ ଦିନରେ ୩ ଶହ ମିଲିୟନ ଷ୍ଟିଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ତିନି ଦିନିଆ ରାଉରକେଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ବୁଲି ଦେଖିଛନ୍ତି । ତେବେ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ଧର୍ମେନ୍ଦ୍ରଙ୍କ ଏହା ପ୍ରଥମ ରାଉରକେଲା ଗସ୍ତ । ତେଣୁ ଦେଶର ଆର୍ଥିକ ବୃଦ୍ଧି କ୍ଷେତ୍ରରେ ପ୍ରମୂଖ ଅଙ୍ଗ ଲିଭାଉଥିବା ରାରକେଲା ଇସ୍ପାତ ଶିଳ୍ପର ବିକାଶ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Got detailed insights of the steel making process and the new technologies being adopted to produce steel in harmony with nature. Glad that Rourkela Steel Plant is adopting environment friendly technologies for the production of green steel. pic.twitter.com/4imlJ3ibdB
— Dharmendra Pradhan (@dpradhanbjp) September 29, 2019
ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ସାଂସଦ ଜୁଏଲ ଓରାମଙ୍କ ସହ ଷ୍ଟିଲ ପ୍ଲାଂଟ ପରିଦର୍ଶନ କରି ବର୍ତମାନର ଭିତିଭୂମି ଓ ଉତ୍ପାଦନ କ୍ଷମତାର ସମୀକ୍ଷା କରିଥିଲେ । ଏହି ଅବସରରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ର କର୍ମଚାରୀଙ୍କୁ କଠୋର ପରିଶ୍ରମ କରି ଏହାକୁ ଦେଶର ଏକ ନମ୍ବର ଷ୍ଟିଲ ପ୍ଲାଂଟରେ ପରିଣତ କରିବାକୁ ଅପିଲ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କି, ରାଉରକେଲାକୁ ଭାରତ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଭାରତ ସରକାରଙ୍କ ନିକଟରେ ପୂର୍ବରୁ ରାଉରକେଲା ସମ୍ପର୍କିତ ବିଷୟ ଉଠାଯାଉଥିଲା ବେଳେ ଏବେ ମଧ୍ୟ ସେଭଳି ବିଷୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ଆଉ ରାଉରକେଲା ଇସ୍ପାତ ଶିଳ୍ପକୁ ନେଇ ଯାହା କିଛି ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରି ଏହାକୁ ଅଧିକ ବିକଶିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
Comments are closed.