ପାରାଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ବ୍ୟାଡମିଣ୍ଟନରେ ସୁହାସ ୟାଥିରାଜଙ୍କୁ ରୌପ୍ୟ

92

କନକ ବ୍ୟୁରୋ: ଆଜି ପାରାଅଲିମ୍ପିକ୍ସର ଶେଷ ଦିନରେ ମଧ୍ୟ ଭାରତ ପାଇଁ ପଦକ ଆଣିଛନ୍ତି ସୁହାସ୍ ୟାଥିରାଜ । ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ନୋଏଡା ଗୌତମ ବୁଦ୍ଧ ନଗର ଜିଲ୍ଲାପାଳ ସୁହାସ ୟାଥିରାଜ ରୌପ୍ୟ ପଦକ ହାତେଇ ଦେଶ ପାଇଁ ପୁଣିଥରେ ଗୌରବ ଆଣିଛନ୍ତି । ଫାଇନାଲରେ ଫ୍ରାନ୍ସ ପ୍ରତିଯୋଗୀ ଫ୍ରାନ୍ସର ଲୁକାର ମଜୁରଙ୍କଠାରୁ ୧୫-୨୧, ୨୧-୧୭, ୨୧-୧୫ରେ ହାରିଯାଇଥିଲେ ବି ରୌପ୍ୟ ଆଣିପାରିଛନ୍ତି ।

ବ୍ୟାଡମିଣ୍ଟନରେ ଏହା ତୃତୀୟ ପଦକ । ଏହା ପୂର୍ବରୁ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ଓ ମନୋଜ ସରକାରଙ୍କୁ ବ୍ରୋଂଜ ପଦକ ମିଳିଛି । ଏହାସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି । ଗତ ବର୍ଷର ପାରା ଅଲିମ୍ପିକ୍ସ ଠାରୁ ଚଳିତ ବର୍ଷ ପାରା ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଚମକ୍ରାର ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଛନ୍ତି । ଏହାସହ ସରକାରଙ୍କ ସହଯୋଗ ପାଇଁ ସୁହାସ ମୋଦୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।