ଜୀବନ୍ତ ଅଭିନୟ ଏବଂ ଡ଼ାସିଙ୍ଗ୍ ଲୁକ୍ ପାଇଁ ଲକ୍ଷ ଲକ୍ଷ ହୃଦୟରେ ବସା ବାନ୍ଧିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ସିନା ଅକାଳରେ ଆରପାରିକୁ ଚାଲିଯାଇଛନ୍ତି ହେଲେ ପଛରେ ଛାଡ଼ିଯାଇଛନ୍ତି ଅନେକ ମିଠା ମିଠା ସ୍ମୃତି । ଫ୍ୟାନ୍ସମାନଙ୍କ ପ୍ରିୟର ‘ସିଡ଼୍’ ଙ୍କ ମୃତ୍ୟୁରେ ସମସ୍ତେ ହତବାକ୍ । ପରିବାର , ସାଙ୍ଗସାଥୀ ଏବଂ ସହକଳାକାର ଏବେ ବି ଏହି ଦୁଃଖଦ ଖବରକୁ ଗ୍ରହଣ କରିବାକୁ ବଳ ଜୁଟାଇ ପାରୁନାହାନ୍ତି । ଏଭଳି ସମୟରେ ସିଡ଼୍ ଙ୍କ ଫ୍ୟାନ୍ସ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ଫଟୋ ଏବଂ ଭିଡ଼ିଓ ସେୟାର୍ କରି ଅଭିନେତାଙ୍କୁ ମନେ ପକାଉଛନ୍ତି ।

Advertisment

ଗତ କିଛି ଦିନ ଭିତରେ ବିଗବସ୍ – ୧୩ ରେ ବିତାଇଥିବା ତାଙ୍କର କିଛି ଥ୍ରୋବିକ୍ସ ଫଟୋ ଏବଂ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ମିସ୍ ୟୁ ସିଡ଼ହାର୍ଟର ହାସଟ୍ୟାଗ୍ ମିଳିବାରେ ଲାଗିଛି । ତେବେ ବର୍ତ୍ତମାନ ସିଦ୍ଧାର୍ଥଙ୍କ ଆଉ ଏକ ମସ୍ତିଭରା ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଶଗଡ଼ ଗାଡ଼ି ଚଲାଉଥିବାର ନଜର ଆସିଛନ୍ତି । ସିଡ଼୍ ଙ୍କ ଏହି ଭିଡ଼ିଓକୁ ଇନଷ୍ଟାଣ୍ଟ୍ ବଲିଉଡ଼୍ ନିଜ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିଛି । ଭିଡ଼ିଓରେ ସିଦ୍ଧାର୍ଥ କେଉଁ ଗାଁରେ ଶଗଡ଼ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଭିଡ଼ିଓ ଫ୍ୟାନ୍ସମାନେ ଲକ୍ଷାଧିକ ଥର ଦେଖିସାରିଛନ୍ତି ।