ପଶ୍ଚିମବଙ୍ଗ ତୃଣମୂଳ ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ଜଣଙ୍କ ମୃତ୍ୟୁ ସୂଚନା

111

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତରେ ବୋମା, ଗୁଳି ଏକ ସାଧାରଣ କଥା ହୋଇଯାଇଛି । ୨୦୧୧ ପୂର୍ବରୁ ଟିଏମସି ଓ ବାମଦଳ ମଧ୍ୟରେ ଶତ୍ରୁତା ଯୋଗୁଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ୨୦୧୪ ପରେ ବିଜେପି ଓ ଟିଏମସି ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଜଣେ ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ବୁଥ୍ ଅଧ୍ୟକ୍ଷଙ୍କ ନେରିବିଲା ଗାଁରେ ଥିବା ବାସଭବନରେ ଶୁକ୍ରବାର ରାତି ୧୧.୧୫ମିନିଟର ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା । ଏଥିରେ ବାସଭବନଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସେପଟେ ଏହି ଘଟଣାକୁ ନେଇ ବିଜେପି ଅଭିଯୋଗ କରିଛି କି ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଦେଶୀବୋମା ପ୍ରସ୍ତୁତ କରାଯାଉଥିଲା । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି କି ରାଜ୍ୟରେ ମମତା ବାନାର୍ଜୀଙ୍କ ସରକାର ବୋମା ପ୍ରସ୍ତୁତ କରିବାର ଠିକା ନେଇଛି । ଏହାସହ ସିପିଆଇ (ଏମ୍) ନେତା ସୂଜନ ଚକ୍ରବର୍ତ୍ତୀ କହିଛନ୍ତି କି ଏହି ଘଟଣାରେ ମମତା ବାନାର୍ଜୀ ଯେଭଳି ଭାବେ ଚୁପ୍ ରହିଛନ୍ତି ତାହା ଆଶ୍ଚର୍ଯ୍ୟଜନକ ।