ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମନ୍ଦିରକୁ ମୋବାଇଲକୁ ମନା; ପୂଜାସ୍ଥଳୀ ଗୁଡିକର ପବିତ୍ରତା ବଜାୟ ରଖିବାକୁ ନିର୍ଦ୍ଦେଶ

96

କନକ ବ୍ୟୁରୋ : ତାମିଲନାଡୁର ମନ୍ଦିର ଗୁଡିକରେ ମୋବାଇଲ ଫୋନ ବ୍ୟବହାର ଉପରେ ଲାଗିଲା କଟକଣା । ଏଣିକି ତାମିଲନାଡୁର ସବୁ ମନ୍ଦିରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ପୂଜାସ୍ଥଳୀ ଗୁଡିକର ପବିତ୍ରତା ବଜାୟ ରଖିବାକୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା କୋର୍ଟ କହିଛନ୍ତି ।

ଏବଂ ଏଥିପାଇଁ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଯେମିତି କିଛି ଅସୁବଧା ନହୁଏ ସେଥିପାଇଁ ମନ୍ଦିର ଗୁଡିକରେ ଫୋନ୍ ଡିପୋଜିଟ ଲକରର ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋର୍ଟଙ୍କ ନିର୍ଦ୍ଦେଶର ପାଳନ ସୁନିଶ୍ଚିତ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ତାମିଲନାଡୁର ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ଏହି ରାୟ ଦେଇଛନ୍ତି ।

ମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଧ୍ୟାନ ଭଙ୍ଗ ହେବା ସହ ଠାକୁରଙ୍କ ଫଟୋ ଉଠାଇବା ‘ଆଗମ’ ପରମ୍ପରା ବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଥିଲେ । ଏହି ମାମଲାର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ସବୁ ମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ।