ଚୋରା ମୋବାଇଲରେ ପେମେଣ୍ଟ ହେଲା, ଦୋକାନୀଙ୍କ ଆକାଉଣ୍ଟ ପୋଲିସ ଫ୍ରିଜ୍ କଲା ।

219

କନକ ବ୍ୟୁରୋ: ଲୋକ କଥାରେ ଅଛି, ଚୋର ଯେତେ ଚତୁର ହୋଇଥାଉ କି ନାହିଁ, କିଛି ନା କିଛି ପ୍ରମାଣ ଛାଡ଼ିକି ଯାଇଥାଏ । ଠିକ୍ ସେମିତି ଏକ ଖବର ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଚୋରି ମୋବାଇଲକୁ ପୁଲିସ ଖୋଜୁଥିଲା ହେଲେ ଚୋର ବେଖାତିର ହୋଇ ବୁଲୁଥିଲା ଚୋର । ଆଉ ହାତରେ ଲାଗିଥିବା ମୋବାଇଲ ଫୋନର ଜରିଆରେ ଭୁବନେଶ୍ୱର ସାରା ବୁଲି ବୁଲି ସପିଙ୍ଗ କରୁଥିଲା । ତେବେ ବାପୁଜୀ ନଗରରେ ଥିବା ଦୋକାନୀଙ୍କ ଠାରୁ ଚାର୍ଜର କିଣି ଡିଜିଟାଲ ପେମେଣ୍ଟ କରିଥିଲା ଚୋର ଜଣକ  । ଆଉ ଏହାପରେ ଜଣାପଡ଼ିଯାଇଥିଲା ଯେ, ଏହା ଚୋରି ମୋବାଇଲ ଫୋନ୍ । କାରଣ ପରବର୍ତୀ ସମୟରେ ଜଣାପଡିଥିଲା ଯେ, ପେମେଣ୍ଟ ହୋଇଥିବା ୟୁପିଆଇ ମୋବାଇଲଟି କିଛିମାସ ପୂର୍ବେ ଚୋରି ହୋଇଥିବା ମୋବାଇଲ ଫୋନ୍ ।

ଅନ୍ୟପଟେ ଏନେଇ ସାଇବର ଥାନା ପୁଲିସ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟକୁ ସିଜ କରି ତଦନ୍ତ ଆରମ୍ଭ କରିଛି । ହେଲେ ଦୋକରନୀ ଆକାଉଣ୍ଟ ଅଚଳ ଯୋଗୁ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି  । କାରଣ ଦୋକାନୀ କହିବା ମୁତାବକ, ଗତ ଜୁଲାଇ ୧୪ରେ ଜଣେ ବ୍ୟକ୍ତି ଆସିଲେ ମୋବାଇଲ ଚାର୍ଜର ନେଲେ ଆଉ ୪୬୦ ଟଙ୍କା ଅନଲାଇନ୍ ପେମେଣ୍ଟ କଲେ । ପରେ ଏବେ ଜାଣିବାକୁ ପାଇଲି ସେ ୟୁପିଆଇ ନମ୍ବରଟି ଚୋରି ହୋଇଥିବା ମୋବାଇଲର । ମାତ୍ର ୪୬୦ ଟଙ୍କା ପାଇଁ ମୋ ଆକାଉଣ୍ଟକୁ ପୋଲସ୍ ଫ୍ରିଜ୍ କରିଦେଇଛି । ମୋର ଗୋଟିଏ ଆକାଉଣ୍ଟରୁ ହିଁ ସବୁ କାରବାର ହୁଏ । ମୋର କିଛି ଦୋଷ ନଥାଇ ମୋ ଆକାଉଣ୍ଟ ଅଚଳ କରିଦେଇଛି ପୋଲିସ । ଯାହା ଫଳରେ ଘର, ଦୋକାନ ଚଳାଇବା ମୁସକିଲ ହୋଇପଡିଛି ବୋଲି ଦୋକାନୀ ଜଣକ କହିଛନ୍ତି ।