୨୪ଘଣ୍ଟାରେ ବଦଳିଲା କାହାଣୀ। ଗାଜିଆବାଦ ଅପହରଣ ଓ ଗଣଦୁର୍ଷ୍କମ ଘଟଣାକୁ ଡ୍ରାମା କହିଲା ଉତ୍ତରପ୍ରଦେଶ ପୁଲିସ।

104

କନକ ବ୍ୟୁରୋ: ଗାଜିଆବାଦ ଦୁର୍ଷ୍କମ ମାମଲାରେ ନୂଆ ମୋଡ ଆସିଛି । ପ୍ରକୃତରେ କଥିତ ପୀଡିତାଙ୍କ ସହ କୌଣସି ଗଣଦୁର୍ଷ୍କମ ହୋଇନି ବଂର ଏହା ପରିକଳ୍ପିତ ଷଡଯନ୍ତ୍ର ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି କହିଛି ଉତ୍ତରପ୍ରଦେଶ ପୁଲିସ । ମହିଳାଜଣଙ୍କର କିଛି ଜମିଜମା ବିବାଦ ରହିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ନିଜର ୩ଜଣ ବନ୍ଧୁଙ୍କ ସହ ମିଶି ଏକ ମିଛ ଖେଳ ଖେଳିଥିଲେ । ଜମି ବିବାଦରେ ସମ୍ପୃକ୍ତ ମହିଳାଙ୍କୁ ମିଛ ମାମଲାରେ ଫଶାଇବା ପାଇଁ ମହିଳା ଓ ତାଙ୍କର ୩ଜଣ ପୁରୁଷ ବନ୍ଧୁ ଏକ ଯୋଜନା କରିଥିଲେ । ଯେଉଁଥିରେ ଅପହରଣ ଓ ଦୁର୍ଷ୍କମ ଭଳି ପ୍ଲଟକୁ ସ୍ଥାନ ଦିଆଯାଇଥିଲା ।

ସେପଟେ ଦିଲ୍ଲୀ ମହିଳା କମିଶନଙ୍କ ଉପରେ ମଧ୍ୟ ବର୍ଷିଛି ଉତ୍ତରପ୍ରଦେଶ ପୁଲିସ । ବିନା ଛାନଭିନରେ ଘଟଣାକୁ ମହିଳା କମିଶନ ଅତିରଞ୍ଜିତ କରିଥିବା ୟୁପି ପୁଲିସ କହିଛି । ସବୁଠୁ ରୋଚକ କଥା ହେଉଛି ଏହି ନାଟକକୁ ଅଧିକ ପ୍ରସାର କରିବା ପାଇଁ ମହିଳା କିଛି ସହଯୋଗୀକୁ ଟଙ୍କା ଦେଇଥିବା ପୁଲିସ କହିଛି । ମାମଲାରେ ପୁଲିସ ୩ଜଣ ସହଯୋଗୀଙ୍କୁ ଗିରଫ କରିଛି । ବୁଧବାର ରାତିରେ ଦିଲ୍ଲୀ ମହିଳା କମିଶନ ଜଣେ ୩୮ବର୍ଷ ମହିଳାଙ୍କ ଫଟୋ ଟୁଇଟ କରିଥିଲେ । କମିଶନ କହିଥିଲା କି ମହିଳାଙ୍କ ସହ ଦିଲ୍ଲୀ ନିର୍ଭୟା ଭଳି ଘଟଣା ଘଟିଛି ଓ ଏହାର ତଦନ୍ତ କରାଯାଉ । ତେବେ ମହିଳାଙ୍କୁ ଉଦ୍ଧାର କରାଯାଇ ଦିଲ୍ଲୀରେ ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଓ ଚିକିତ୍ସା ସମୟରେ କିଛି ଘଟଣା ସନ୍ଦେହଜନକ ରହିବା ପରେ ପୁଲିସ ତଦନ୍ତକୁ ଅଧିକ ଜୋରଦାର କରିଥିଲା । ବର୍ତମାନ ମହିଳା ଓ ତାଙ୍କ ସହଯୋଗୀଙ୍କ ଖେଳ ଉପରୁ ପର୍ଦ୍ଦା ଉଠାଇଛି ପୁଲିସ ।