ରାଜଧାନୀରେ ମହିଳାଙ୍କ କଟାମୁଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ କୋର୍ଟରେ ହାଜର କଲା ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ ।

200

କନକ ବ୍ୟୁରୋ: କୋର୍ଟରେ ପହଂଚିଲେ କଟା ମୁଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁ । କମିଶନରେଟ୍ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଛି । ଏଥିସହ ପୋଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ପାଖରେ ଆବେଦନ କରିଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ  ହତ୍ୟାକାଣ୍ଡ ସଂପର୍କରେ ଅଧିକ ସତ ପଦାକୁ ଆସିବ ବୋଲି କୁହାଯାଉଛି ।

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରି ଗତକାଲି ସଫଳତା ପାଇଥିଲା କମିଶନରେଟ୍ ପୋଲିସ । ଦୀର୍ଘ ୭ ଦିନର ଚେଷ୍ଟା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାପରେ ଘଟଣା ସ୍ଥଳକୁ ନେଇ ପୋଲିସ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା । ଏହାପରେ ମହିଳାଙ୍କ ମୁଣ୍ଡକୁ ମଧ୍ୟ ଖୋଜିପାଇଥିଲା ପୋଲିସ । ଏକ ତ୍ରିକୋଣୀୟ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଏହାପରେ ପୋଲିସ ସେମାନଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଛି । ରିମାଣ୍ଡରେ ଆଣିବା ପରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚୁରା କରିବ । ଏହି ହତ୍ୟାକାଣ୍ଡ ପଛରେ ଆଉ କେଉଁ କେଉଁ ରହସ୍ୟ ଲୁଚିରହିଛି ସେନେଇ ପୋଲିସ ଅଧିକ ଛାନଭିନ୍ କରିବ ବୋଲି ଜଣାପଡିଛି ।