ଅଧା ଦର୍ଶକଙ୍କୁ ନେଇ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଚିଦାମ୍ବରମ ଷ୍ଟାଡିୟମରେ ଟିକେଟ୍ କାଟିଲେ ଦର୍ଶକ ।

92

କନକ ବ୍ୟୁରୋ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଆଉ କରୋନା କାଳରେ ପ୍ରଥମ ଥର ପାଇଁ ଏହି ମ୍ୟାଚରେ ଗ୍ୟାଲେରୀରେ ବସି ଖେଳ ଦେଖିବେ ଦର୍ଶକ । ଏଥିପାଇଁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକମାନେ ଟିକେଟ୍ କାଟିବା ସହିତ ଖେଳକୁ ଦେଖିବାକୁ ଉତ୍ସାହ ପ୍ରକଟ କରିଛନ୍ତି ।

କରୋନା ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ୍ ଜଗତରେ ନୀରବତା ଛାଇ ରହିଥିଲା । ହେଲେ ଏବେ କରୋନା ସଂକ୍ରମଣ ଥମିଥିବାବେଳେ ପୁଣି ପଡିଆକୁ ଫେରିଛି କ୍ରିକେଟ୍ । ହେଲେ ଏଯାବତ ବିନା ଦର୍ଶକରେ କ୍ରିକେଟ୍ ଖେଳାଯାଉଥିଲା । ପ୍ରଥମ କରି କୋଭିଡ୍ ପରେ ଭାରତରେ ଦର୍ଶକଙ୍କ ସହ କ୍ରିକେଟ୍ ଖେଳିବ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ । ନଚେତ୍ ଦଳ ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିବ । ତେଣୁ ଏହି ମ୍ୟାଚକୁ ନେଇ ବିରାଟ ବାହିନୀ ଜୋରଦାର କସରତ କରିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆଶା ବାନ୍ଧିଛନ୍ତି ।