ବଲାଙ୍ଗିରରେ ଦୁର୍ଘଟଣାରୁ ଲଙ୍କାକାଣ୍ଡ: ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁକୁ କେନ୍ଦ୍ରକରି ରାତି ସାରା ଚାଲିଲା ହାଇଡ୍ରାମା, ଲୋକେ ଜାଳିଦେଲେ ୨ଟି ଗାଡି

ଆଜି ରାଜ୍ୟପାଳଙ୍କ ବଲାଙ୍ଗୀର ଗସ୍ତ ବାତିଲ୍

131

କନକ ବ୍ୟୁରୋ: ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିରରେ ଲଙ୍କାକାଣ୍ଡ । ରାସ୍ତା ଉପରେ ଥିବା ୨ଟି ଟ୍ରକକୁ ଜାଳି ଦେଲେ ଉତ୍ୟକ୍ତ ଲୋକେ । ଉତ୍ତେଜନା ବିସ୍ଫୋରକ ରୁପ ନେବା ଆଶଙ୍କାରେ ପୁଲିସ ରାତିରେ ବଲାଙ୍ଗିରରେ ଫ୍ଲାଗମାର୍ଚ୍ଚ କରିଛି । ସହରରେ ଲାଗିରହିଥିବା ଉତ୍ତେଜନାକୁ ଆଖିରେ ରଖି ଆଜି ରାଜ୍ୟପାଳଙ୍କ ଗସ୍ତକାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି ।

କାଲି ରାତିର ବଲାଙ୍ଗିର ଗାନ୍ଧିନଗରପଡା ପାଖରେ ଟ୍ରକ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉତ୍ୟକ୍ତ ଲୋକେ ଅନ୍ୟ ଏକ ଟ୍ରକକୁ ଜାଳି ଦେଇଥିଲେ ।

ଦମକଳ ବାହିନୀ ନିଆଁ ଲିଭାଇବାକୁ ଆସିଥିବା ବେଳେ ଲୋକଙ୍କ ବିରୋଧ ଯୋଗୁଁ ଦମକଳଗାଡି ଫେରିଯାଇଥିଲା । ପରେ ସଦର ଏସଡିପିଓ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅନ୍ୟପଟେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ପୁଲିସ ପ୍ରଶାସନ ।