ସ୍ୱାମୀଙ୍କ ଟାର୍ଗେଟରେ କାର୍ତି ଚିଦାମ୍ବରମ ! କହିଲେ ଏୟାରସେଲ୍ ମାକ୍ସିସ ସ୍କାମରେ ବିପୁଳ ଲାଂଚ ନେଇଛନ୍ତି ଚିଦାମ୍ବରମଙ୍କ ପୁଅ

65

କନକ ବ୍ୟୁରୋ : ବିପୁଳ ଲାଂଚ ନେଇଛନ୍ତି ଚିଦାମ୍ବରମଙ୍କ ପୁଅ । ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମଙ୍କୁ ଏପରି ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ । ଏୟାରସେଲ୍ ମାକ୍ସିସ ଦୁର୍ନୀତିରେ କାର୍ତି ସଂପୃକ୍ତ ବୋଲି ଅଭିଯୋଗ କରିଛନ୍ତି ସ୍ୱାମୀ । ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ କହିଛନ୍ତି ଯେ ମାଲେସିଆ କଂପାନୀଠାରୁ ବିପୁଳ ଅର୍ଥ ଲାଂଚ ଗ୍ରହଣ କରିଛନ୍ତି ।

ବିଦେଶରେ ଥିବା ତାଙ୍କର ୨୧ଟି ଆକାଉଂଟରେ ବିପୁଳ କଳାଧନ ଜମା କରିଛନ୍ତି କାର୍ତି । ଏହି ଅର୍ଥର ପରିମାଣ ୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଦାବି କରିଛନ୍ତି ସ୍ୱାମୀ । ପି. ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିବା ସେ କହିଛନ୍ତି । ଏ ସଂପର୍କିତ କିଛି ଦସ୍ତାବିଜ ମଧ୍ୟ ଗଣମାଧ୍ୟମରେ ଦେଖାଇଛନ୍ତି ସ୍ୱାମୀ । ବିଦେଶରେ ଥିବା କାର୍ତିଙ୍କ କଳାଧନ ସଂପର୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରିବା ସହ ତୁରନ୍ତ ଭାରତ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ୱାମୀ ।