ବ୍ରହ୍ମପୁର : ନିର୍ବାଚନୀ ହିଂସାରେ ଶେରଗଡ ବ୍ଲକ ବ୍ରାହ୍ମଣଛାଇ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମୃତ

31

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଚରମ ପର୍ଯ୍ୟାୟରେ ପହଂଚିଛି ନିର୍ବାଚନୀ ହିଂସା । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି ଅଭାବନୀୟ ଘଟଣା । ବ୍ରହ୍ମପୁର ଶେରଗଡ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣଛାଇ ଗାଁରେ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜେଡି ସରପଂଚ ପ୍ରାର୍ଥିଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଜେଡିର ସରପଂଚ ପ୍ରାର୍ଥି ବୁଲୁ ପ୍ରଧାନ ଗତକାଲି ରାତିରେ ଆକ୍ରମଣର ଶିକାର ହୋଇଥିଲେ ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।