ଟଙ୍କା ଦିଅ ଚାକିରି ନିଅ : ରାସ୍ତା ଉପରେ ଚାଲିଛି ଚାକିରି ବିକ୍ରି; କନକନ୍ୟୁଜ ହାତରେ ଲାଗିଲା ଡିଲ୍ ବେଳର ଏକ୍ସକ୍ଲ୍ୟୁସିଭ୍ ଭିଡିଓ

647

କନକ ବ୍ୟୁରୋ : ଟଙ୍କା ଦିଅ ଚାକିରି ନିଅ । ରାସ୍ତା ଉପରେ ଚାଲିଛି ଚାକିରି ବିକ୍ରି । ପିଲାଙ୍କଠାରୁ ଟଙ୍କା ନେଇ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଉଛନ୍ତି ଦଲାଲା । ଚାକିରି ବିକ୍ରି ଘଟଣାରେ ସାମ୍ନାକୁ ଆସିଲା ଡିଲ୍ ବେଳର ଦୃଶ୍ୟ । ସୁନ୍ଦରଗଡରେ ଚାକିରି ବିକ୍ରି ପାଇଁ ଦଲାଲ ଟଙ୍କା ନେବାର ଏକ୍ସକ୍ଲ୍ୟୁସିଭ୍ ଭିଡିଓ କନକନ୍ୟୁଜ ହାତରେ ଲାଗିଛି । ପାଞ୍ଚ ଶହ ଟଙ୍କିଆ ବିଡା ଧରି ସ୍କୁଟି ଡିକିରେ ରଖୁଛନ୍ତି ଦଲାଲ ।

ଆଉ ଟଙ୍କା ଦେଇଥିବା ଲୋକଙ୍କୁ ହାତ ହଲାଇ ହଲାଇ ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି । ଦଲାଲ ଜଣଙ୍କ ସୁଶାନ୍ତ ମାଝୀ ବୋଲି ଜଣା ପଡିଛି । ସରକାରୀ ମେଡିକାଲ କଲେଜରେ ଚାକିରୀ କରାଇଦେବା ନେଇ ଦଲାଲ ସୁକାନ୍ତ ମାଝୀ ଜଣଙ୍କ ପିଲାଙ୍କ ଠାରୁ ଟଙ୍କା ନେଉଥିବାର ଏହି ଏକ୍ସକ୍ଲୁସିଭ ଭିଡିଓ ଟି ସାମ୍ନାକୁ ଆସିଛି । ଏହି ଦଲାଲ ନକଲି ଦସ୍ତଖତ, ଷ୍ଟାମ୍ପ ଓ ରାଜ୍ୟ ସରକାରଙ୍କ ଲୋକ ବ୍ୟବହାର କରି ସାର୍ଟିଫିକେଟ୍ ଦେଉଛନ୍ତି । ଏଥିରେ ପିଲାଙ୍କ ଚାକିରି ପକ୍କା ହୋଇ ଯାଉଛି ।

ଗତ କିଛି ଦିନ ଧରି ସୁନ୍ଦରଗଡ ମେଡିକାଲ କଲେଜ୍ରେ ଚାକିରି ନାଁରେ ଠକେଇ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ସୁନ୍ଦରଗଡ ଏନଟିପିସି ମେଡିକାଲ କଲେଜରେ ଚାକିରି କରାଇ ଦେବା ନାଁରେ ବଡ ଧରଣର ସ୍କାମ ଘଟଣା ସାମ୍ନାକୁ ଆସିଛି । ମେଡିକାଲ କଲେଜ ଡିନଙ୍କ ନକଲି ଦସ୍ତଖତ, ଷ୍ଟାମ୍ପ ଓ ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି ଜାଲି ନିଯୁକ୍ତି ପତ୍ର । ଏହା ଜରିଆରେ ଚାକରି ଆଶାୟୀ ଯୁବକ/ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦଲାଲ । ଏଥିରେ ଦଲାଲ ଲକ୍ଷ ଲକ୍ଷ ଟଙ୍କା କାରବାର କରୁଛନ୍ତି ।

ଆଟେଡାଣ୍ଟ ଚାକିରି ପାଇଁ ୪୦ ହଜାର ଟଙ୍କା । ସୁପରଭାଇଜର ପାଇଁ ୮୦ ହଜାରରୁ ଦେଢ ଲକ୍ଷ ଟଙ୍କାର ସଉଦା ହେଉଛି । କିଛି ମେଡିକାଲ ଓ ଏନ୍ଟିପିସି ମେଡିକାଲ କଲେଜର କର୍ମଚାରୀ ଏପରି କାମ କରୁଥିବା ଅଭିଯୋଗ ହୋଇଛି । ଗାଁ ଗାଁରେ ଏହି କାରବାର ପାଇଁ ଅଛନ୍ତି ଏଜେଂଟ । ଗାଁର ଶିକ୍ଷକମାନଙ୍କୁ ମଧ୍ୟ ଏଜେଂଟ ଭାବେ ନିଯୁକ୍ତ କରାଯାଉଛି ।