ଭାରତୀୟ ସେଲିବ୍ରିଟିଙ୍କ ଦୁବାଇ ବ୍ୟବସାୟ : ୨୦୨୩ ସୁଦ୍ଧା ୭ ଲକ୍ଷ କୋଟି ଛୁଇଁପାରେ ନିବେଶ

284

କନକ ବ୍ୟୁରୋ : ଭାରତୀୟ ସେଲିବ୍ରିଟିଙ୍କ ବିଜନେସ ହବ ପାଲଟିଛି ଟୁରିଷ୍ଟ ଡେଷ୍ଟିନେସନ ଦୁବାଇ । ମିଳିଥିବା ସୂଚନା ଅନୁସାରେ ଗତ ୩ ବର୍ଷରେ ଅଭିନେତା ଶାହରୁଖ ଖାନ, ବିବେକ ଓବରଏ ଏବଂ ଟେନିସ ତାରକା ସାନିଆ ମିର୍ଜା ନିଜ ବ୍ୟବସାୟିକ କାରବାରର ନୂଆ ଠିକଣା ଭାବେ ଦୁବାଇକୁ ବାଛିଛନ୍ତି । ରିଅଲ ଇଷ୍ଟେଟଠାରୁ ଆରମ୍ଭ କରି ଜୁଏଲାରୀ, ହୋଟେଲ, ସ୍ପେର୍ଟ୍ସ ଏକାଡେମୀ ଓ ଆକ୍ଟିଂ ସ୍କୁଲ ଖୋଲିଛନ୍ତି ଭାରତୀୟ ସେଲିବ୍ରିଟି ।

ବଡକଥା ହେଉଛି ୨୦୨୩ ବର୍ଷ ଶେଷ ସୁଦ୍ଧା ଏହି ନିବେଶ ପରିମାଣ ୭ ଲକ୍ଷ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଦୁବାଇରେ ଉପଲବ୍ଧ ହେଉଥିବା ଟିକସ ରିହାତି ଓ ବ୍ୟବସାୟ ପାଇଁ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧା ଏଥିପାଇଁ ଭାରତୀୟ ସେଲିବ୍ରିଟିଙ୍କୁ ଅଧିକ ଆକର୍ଷିତ କରୁଛି । ଦୁବାଇରେ ମଧ୍ୟ ପ୍ରାୟ ୩୮ ଲକ୍ଷ ଭାରତୀୟ ରହୁଛନ୍ତି । ଏମାନଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେଲିବ୍ରିଟିମାନେ ଅଧିକରୁ ଅଧିକ ନିବଶେ କରିବାକୁ ଆଗ୍ରହ ଦେଖାଉଛନ୍ତି ।

ଭାରତୀୟ ସେଲିବ୍ରିଟିଙ୍କ ଦୁବାଇ ବ୍ୟବସାୟ
ଶାହରୁଖ ଖାନ୍

– ଦୁବାଇରେ ରହିଛି ଶାହରୁଖ ଖାନ ଓ ଗୌରୀ ଖାନଙ୍କ ରିଅଲ-ଇଷ୍ଟେଟ୍ ବ୍ୟବସାୟ
– ଉଭୟଙ୍କର ୬ ହଜାର ୬୦୦ କୋଟିର ଏକ ରିଅଲ-ଇଷ୍ଟେଟ୍ ପ୍ରକଳ୍ପ କାମ ଚାଲିଛି
– ଦୁବାଇ ଇନଭେଷ୍ଟ ପାର୍କରେ ୨୩ ବର୍ଗଫୁଟର ଏକ ଅଂଚଳରେ ଏହି ପ୍ରକଳ୍ପ ଚାଲୁ ରହିଛି

ବିବେକ ଓବରଏ

– ଦୁବାଇର ଏକ କମ୍ପାନି ସହ ସହଭାଗିତାରେ ୮ଟି ରିଅଲ-ଇଷ୍ଟେଟ ପଷ୍ଠଳୂ ଉପରେ କାମ କରୁଛନ୍ତି ବିବେକ ଓବରଏ

ପ୍ରିତି ଝଙ୍ଗିଆନି

– ଅଭିନେତ୍ରୀ ପ୍ରିତି ଝଙ୍ଗିଆନି ଦୁବାଇରେ ଆର୍ମ ରେସଲିଂ ପ୍ରୋ ପଞ୍ଝା ଲିଗ ଆରମ୍ଭ କରିବାକୁ ଯାଉଛନ୍ତି

ସଂଜୟ ଦତ୍ତ

– ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ତାଙ୍କ ବ୍ୟବସାୟକୁ ଦୁବାଇ ସ୍ଥାନାନ୍ତର କରିଛନ୍ତି

ସୁସ୍ମିତା ସେନ୍

– ସୁସ୍ମିତା ସେନଙ୍କ ଦୁବାଇ ମଲ ଏବଂ ବାଫି ସିଟି ମଲରେ ଏକ ଜୁଏଲାରୀ ସୋ-ରୁମ୍ ରହିଛି

ରାକ୍ଷୀ ସାୱନ୍ତ

– ଦୁବାଇରେ ଏକ ଆକ୍ଟିଂ ସ୍କୁଲ ଖୋଲିଛନ୍ତି ଅଭିନେତ୍ରୀ ତଥା ଆଇଟମ ଡ୍ୟାନ୍ସର ରାକ୍ଷୀ ସାୱନ୍ତ