ଭାଇଜାନଙ୍କୁ ୪୪୦ ଭୋଲ୍ଟର ଝଟକା

39

ନାୟିକା ଅନୁଷ୍କା ଶର୍ମାଙ୍କୁ ଛୁଇଁବାମାତ୍ରକେ ସଲମାନଙ୍କୁ ଲାଗିଛି ୪୪୦ ଭୋଲ୍ଟର ଝଟକା । ଆଉ ଝଟକା ପାଇବା ପରେ ସଲମାନ ହୋଇଛନ୍ତି ଅନୁଷ୍କାଙ୍କ ଦିୱାନା ନମ୍ବର ୱାନ୍ । ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ସୁଲତାନର ନୂଆ ଗୀତରେ । ଗୀତରେ ଦେଖିବାକୁ ମିଳିଛି ସଲମାନ-ଅନୁଷ୍କାଙ୍କ ରୋମାଟିଂକ କେମେଷ୍ଟ୍ରି । ସଲମାନ ଓ ଅନୁଷ୍କାଙ୍କ ରୋମାନ୍ସରେ ଦିଆଯାଇଛି ଭଳିକିଭଳି ସ୍ୱାଦ । କେବେ ସଲମାନ ମୁହଁରେ ଶୁଣିବାକୁ ମିଳିଛି ଚଟପଟି କଥା ତ ଆଉ କେତେବେଳେ ଅନୁଷ୍କାଙ୍କ ଅଭିନୟରେ ରହିଛି ଯାଦୁଗରୀ ଇସାରା । ନାୟକ ନାୟିକାଙ୍କ ରୋମାନ୍ସ ଭିତରେ ରହିଛନ୍ତି କିଛି ଦେଶୀବିଦେଶୀ କଳାକାର । ବୈଭବି ମର୍ଚ୍ଚାଂଟଙ୍କ କୋରିଓଗ୍ରାଫିରେ ଖୁବ ଝୁମିଛନ୍ତି ଉଭୟ ସଲମାନ ଓ ଅନୁଷ୍କା । ଗୀତରେ ରହିଛି ପଂଜାବୀ ସୁପର ସିଙ୍ଗର ମିକା ସିଂ ଆୱାଜ । ବିଶାଲ ଶେଖରଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଛି ଫିଲ୍ମରେ ସ୍ଥାନପାଇଥିବା ୬ଗୀତ । ପୂର୍ବରୁ ରିଲିଜ ହୋଇଥିବା ଦୁଇଟି ଗୀତରୁ କିଛି ଭିନ୍ନତା ଦେଖିବାକୁ ମିଳିଛି ଏହି ନୂଆ ଗୀତରେ । ଇଦ ମୌକାରେ ଜୁଲାଇ ୭ରେ ପରଦାକୁ ଆସିବ ସଲମାନ ଓ ଅନୁଷ୍କା ଷ୍ଟାରର ସୁଲତାନ ।