ପୁରୀ ବେଳାଭୂମିରେ ହଜାରେ ସାନ୍ତା କ୍ଲଜ ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

49

କନକ ବ୍ୟୁରୋ : ବେଳାଭୂମିରେ ହଜାରେ ସାନ୍ତା କ୍ଲଜ । ବଡ଼ଦିନ ଅବସରରେ ପୁରୀ ବେଳାଭୂମିରେ ଏକ ହଜାର ସାନ୍ତା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାରେ ନିର୍ମିତ ଏହି ଛୋଟ ଛୋଟ ଆକର୍ଷଣୀୟ ସାନ୍ତା କ୍ଲଜକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ତେବେ, ୨୦୧୨ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ୫ ଶହ ସାଂଟା କ୍ଲଜ ନିର୍ମାଣ କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲେ । ଏବେ ଏହି ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ସୁଦର୍ଶନ ।