ଓଡିଶାରେ ବି ହୋଇପାରିବ ଷ୍ଟ୍ରବେରୀ ଚାଷ । କେନ୍ଦୁଝରରେ ଚାଷ କରୁଛନ୍ତି ଅଜୟ ପାଣି ।

141

କନକ ବ୍ୟୁରୋ : କେନ୍ଦୁଝରରେ ହୋଇପାରୁଛି ଷ୍ଟ୍ରବେରୀ ଚାଷ । କେନ୍ଦୁଝରର ଜଣେ ଚାଷୀ ଏହାକୁ ବ୍ୟବସାୟୀକ ଭିତିରେ ଚାଷ କରି ସଫଳ ହୋଇଛନ୍ତି । ଆସନ୍ତୁ ଏପରି ଜଣେ ଚାଷୀଙ୍କ ଠାରୁ ଜାଣିବା କେମିତି ହେଉଛି ଷ୍ଟ୍ର୍ରବେରୀ ଚାଷ ।

କେନ୍ଦୁଝରର ଅଜୟ କୁମାର ପାଣିଙ୍କ ନିଶା ହେଲା ଚାଷ । ସଉକରେ ଥରେ ସେ ୬ଟି ଷ୍ଟ୍ରବେରୀ ଗଛ ଆଣି ଫୁଲକୁଣ୍ଢରେ ଲଗାଇଥିଲେ । ସେଥିରୁ ୨ଟି ମରି ଯାଇଥିଲା ଆଉ ୪ଟିରେ ଅଳ୍ପ କିଛି ଫଳ ଆସିଥିଲା । ଏହାପରେ ସେ ଏହା ଉପରେ ଗବେଷଣା କରିଥିଲେ । ୪ଟି ଗଛରୁ ଶତାଧିକ ଚାରା ନିଜେ ତିଆରି କରି ଗତ ଜୁନ ମାସରେ ଏହାକୁ ବାଡିରେ ଲଗାଇଥିଲେ ।

ଜାନୁଆରୀ ମାସରେ ଏହାର ଅମଳ ହେଉଛି । ପ୍ରତ୍ୟେକ ଗଛରେ ୫୦୦ଗ୍ରାମରୁ ଉର୍ଦ୍ଧ ଫଳ ଆସୁଥିବା ବେଳେ ସବୁ ଫଳର ଆକାର ,ରଙ୍ଗ ଏବଂ ସ୍ୱାଦ ଅତି ଚମତ୍କାର ହୋଇଛି । ଏପରି ପ୍ରାୟ ୧୦ଟି ଗଛ ଲଗାଇଥିବାବେଳେ ୫କିଲୋରୁ ଅଧିକ ଅମଳର ଲକ୍ଷ୍ୟ ରହିଛି । ଯାହାରବଜାର ମୁଲ୍ୟ ୫୦ହଜାରରୁ ଉର୍ଦ୍ଧ ହେବ ବୋଲି ସେ ଆକଳନ କରିଛନ୍ତି ।

ଚଳିତ ବର୍ଷ ଏହାକୁ ପରୀକ୍ଷା ମୁଳକ ଭାବେ ମାତ୍ର ଗୋଟିଏ ୨ଟି କିଆରିରେ କରିଥିବା ବେଳେ ଆଗକୁ ଏହାକୁ ବ୍ୟବସାୟୀକ ଭିତିରେ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅଜୟ । ବ୍ୟବସାୟ କରିବାକୁ ଇଛୁକ ଥିବା ବ୍ୟକ୍ତିଙ୍କୁ ମାଗଣା ତାଲିମ ସହ ଚାରା ଯୋଗୋଇ ଦେବେ ବୋଲି କହିଛନ୍ତି ।

କେନ୍ଦୁଝର ପାଣିପାଗରେ ଏହା ଭଲ ଚାଷ ହୋଇପାରୁଛି । ତେବେ ପ୍ରଶାସନ ପ୍ରୋତ୍ସାହନ ପ୍ରଦାନ କଲେ ଯେଉଁ ଜମିରେ ପାଣି ରହୁ ନଥିବାରୁ ଧାନ ଓ ପରିବା ଚାଷ ନ ହୋଇ ଖାଲି ପଡିରହୁଛି ସେଥିରେ ଏହାର ଚାଷ କରି ବହୁ ଚାଷୀ ଉପକୃତ ହୋଇପାରନ୍ତେ ।