ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି

323

କନକ ବ୍ୟୁରୋ: ପୁଣିିଥରେ ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଉ ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ରବିବାର ଟାଙ୍ଗି ଥାନା ଶୋରଣା ଗାଁରୁ କିଛି ଲୋକ କାଳିଜାଇ ଦର୍ଶନ ପାଇଁ ଯାଇଥିବାବେଳେ ଅଧାବାଟରେ ତାଙ୍କର ଡଙ୍ଗା ଫସିଯାଇଥିଲା । ପ୍ରବଳ କୁହୁଡି ଯୋଗୁ ନଳବଣରେ ଏହି ଡଙ୍ଗା ଫସି ଯାଇଥିଲା । ଏହାପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇଟି ଡଙ୍ଗା ଲାଗିଛନ୍ତି । ଘଟଣା ସ୍ଥଳରେ ଦମକଳ ବାହିନୀ ଉପସ୍ଥିତ ଅଛନ୍ତି ।