ଠକେଇ ରୋକିବା ପାଇଁ ଏସବିଆଇର ବଡ଼ ପଦକ୍ଷେପ ! ବ୍ୟାଙ୍କ ତରଫରୁ ସୂଚନା, ସାଧାରଣ ଲୋକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ

48

ପିଏନବି, ରୋଟୋମାକ୍ ଆଦି ଠକେଇ ପରେ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦିନକୁ ଦିନ ଠକେଇ ବଢ଼ିବାରେ ଲାଗିଛି । ଆଜି ଆଉ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି । ସିମ୍ଭାଓଲି ସୁଗାର୍ସ ମାଲିକ ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସରୁ ୧୦୯ କୋଟି ଟଙ୍କାର ଋଣ ନେଇ ପରିଶୋଧ କରିନ ଥିବା ଜଣାପଡିଛି । ଏନେଇ ଚିନିକଳର ମାଲିକଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଦେଶରେ ଲଗାତାର ଏପରି ଠକେଇ ଘଟଣା ସାମ୍ନାକୁ ଆସିବା ପରେ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଲୋକଙ୍କ ମନରେ ଚିନ୍ତା ଆସିବା ସ୍ୱଭାବିକ । ତେବେ ପ୍ରଧାନମନ୍ତ୍ରୀ ପିଏନବି ଘୋଟାଲା ପରେ କହିଥିଲେ ଦେଶରେ ଆର୍ଥିକ ଅନିୟମିତତା ମାମଲା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଏସବୁ ପରେ ମଧ୍ୟ ରୋଟମାକ୍ ଆଉ ଏବେ ସିମ୍ଭାଓଲି ସୁଗାର୍ସ ମାଲିକ ବ୍ୟାଙ୍କରୁ ଋଣ ଆଣି ଋଣ ଖିଲାପ କରିଛନ୍ତି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛିି । ତେବେ ଏଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ଭାରତର ବଡ଼ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନେଇଛି ।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ବୋଲି କୁହାଯାଉଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏପ୍ରିଲ ପହିଲାରୁ ବ୍ରିଟେନରେ ନିଜର କାରବାର ପୁନର୍ଗଠନ କରିବ । ଆଉ ଏହି ପଦକ୍ଷେପ ଦ୍ୱାରା ଜମାକାରୀଙ୍କ ଟଙ୍କା ବ୍ୟାଙ୍କରେ ଅଧିକ ସୁରକ୍ଷିତ ହେବ ତଥା ସୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି ସୁନିଶ୍ଚିତ ହୋଇଛି । ଏହି ସୂଚନା ଏସବିଆଇ ପକ୍ଷରୁ ହିଁ ମିଳିଛି । ବ୍ୟାଙ୍କ ଅଫ ଇଣ୍ଡିଆରେ ଆବଶ୍ୟକ ପୁଞ୍ଜିର ନିୟମ ଅନୁସାରେ ବ୍ରିଟେନରେ ଏସବିଆଇର କାରବାର ୧ ଏପ୍ରିଲ ଠାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୟୁକେ ଲିମିଟେଡ ନାମରେ ପରିବର୍ତ୍ତନ ହୋଇଯିବ । ଅର୍ଥାତ ବ୍ରିଟେନର ଏସବିଆଇର ସମସ୍ତ ଶାଖା ଭାରତୀୟ ବ୍ୟାଙ୍କର ବିଦେଶୀ ଶାଖା ସ୍ଥାନରେ ସେଠାରେ ୟୁକେ ବ୍ୟାଙ୍କିଂ ଅନ୍ତର୍ଗତ ଆସିଯିବ ।