ଦଳୀୟ କର୍ମୀଙ୍କୁ ଅପରାଜିତାଙ୍କ କଡା କଥା! ବାରମ୍ବାର ହାରିବା ସତ୍ୱେ ଲାଜ ଲାଗୁନି କାହିଁକି, ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାର୍ଯ୍ୟକର ।

ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଅପରାଜିତା ପଚାରିଛନ୍ତି, ବାରମ୍ବାର ହାରିବା ସତ୍ୱେ ବି ଲାଜ କାହିଁକି ଲାଗୁନି ।

947

କନକ ବ୍ୟୁରୋ: ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଦଳୀୟ କର୍ମୀଙ୍କୁ କଡା କଥା ଶୁଣାଇଛନ୍ତି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଅପରାଜିତା ପଚାରିଛନ୍ତି, ବାରମ୍ବାର ହାରିବା ସତ୍ୱେ ବି ଲାଜ କାହିଁକି ଲାଗୁନି । ଦଳୀୟ କର୍ମୀଙ୍କୁ ଅପରାଜିତା କଡା ସ୍ୱରରେ କହିଛନ୍ତି, ଯିଏ ବି ଦଳର ପ୍ରାର୍ଥୀ ହେବ ତାକୁ ଜିତାଇବା ପାଇଁ ଦଳର ସବୁ କର୍ମୀ କାମ କରିବା ଦରକାର । କାରଣ ସେମାନଙ୍କୁ ଜିତାଇବା ହିଁ ଦଳୀୟ କର୍ମୀଙ୍କ ଧର୍ମ ଅଟେ । କେବଳ ଏତିକି ନୁହେଁ ସେ ବିଜେପିରେ ଦେଶର ବିକାଶ ପାଇଁ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅପରାଜିତା ।

ଅପରାଜିତାଙ୍କ କହିବା ଅନୁସାରେ ବିଜେପିର କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ସହ ନିଜକୁ ଆବଦ୍ଧ ନରଖି ଦଳ ପାଇଁ କାମ କରନ୍ତୁ, ନହେଲେ ଦଳ ଛାଡିଦେବାକୁ କଡା ସ୍ୱରରେ କହିଛନ୍ତି ଅପରାଜିତା । ଏବଂ ବିଜେପିରେ କୌଣସି ଗ୍ରୁପର ସେ କଥାକୁ ନାପସନ୍ଦ କରିଛନ୍ତି ଅପରାଜିତା । ତେବେ ଅପରାଜିତାଙ୍କ ଏଭଳି ବୟାନକୁ ନେଇ ଏବେ ବିଜେପି ଶିବିରଠୁ ଆରମ୍ଭ କରି ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି । କାରଣ ରାଜ୍ୟରେ ବିଜେପି ବାରମ୍ଭାର ବିଭିନ୍ନ ନିର୍ବାଚନରେ ପରାଜୟ ହେଉଥିବା ଯୋଗୁଁ ଖପ୍ପା ହୋଇଛନ୍ତି ଅପରାଜିତା । ତେଣୁ ଦଳରେ କେଉଁଠି ନା କେଉଁଠି ନିର୍ଦ୍ଦିଷ୍ଟ ଗ୍ରୁପିଜିମ୍ କୁ ନେଇ ଅସାନ୍ତୋଷ ବ୍ୟକ୍ତ କରିଛନ୍ତି ଅପରାଜିତା ।

ସେପଟେ ଏହି ଭିଡ଼ିଓଟି କେଉଁ ସ୍ଥାନର ସ୍ପଷ୍ଟ ହୋଇନଥିଲେ ମଧ୍ୟ । ଖୋର୍ଦ୍ଧାରେ ଏହି ବୈଠକ ବସିଥିବା ଅନୁମାନ କରାଯାଉଛି । ଏବଂ ଜଣେ ବ୍ୟକ୍ତି ଅପରାଜିତାଙ୍କ ଏହି ବୟାନକୁ ଫେସବୁକରେ ପୋଷ୍ଟ କରିଛନ୍ତି । ଯାହା ଏବେ ବିଜେପି ଶିବିର ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ରାଜନୈତିକ ହଟ୍ ଟପିକ୍ ପାଲଟିଛି ।