ବଡ଼ଦିନ ଓ ନବବର୍ଷରେ ବାଣଫୁଟା ମନା ! ନିମୟ ଉଲ୍ଲଙ୍ଘନ କଲେ ଜେଲଦଣ୍ଡ

160

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ଆରମ୍ଭ କରିଦେଲେଣି ଲୋକେ । ଲୋକଙ୍କ ମନରେ ନୂଆ ବର୍ଷ ପାଳନ ପାଇଁ ନୂଆ ଉତ୍ସାହ ଓ ଉଦ୍ଦୀପନା । ଆପଣ ସମସ୍ତେ ଜାଣିଥିବେ ବଡ଼ଦିନ ହେଉ କି ନୂଆବର୍ଷ ହେଉ ଉକ୍ତ ଦିନ ଗୁଡ଼ିକରେ ଲୋକେ ଖୁସି ହୋଇ ବାଣ ଫୁଟାନ୍ତି । ନାଚଗୀତ ସାଙ୍ଗକୁ ବାଣଫୁଟା ନୂଆବର୍ଷକୁ ଜମେଇ ଦିଏ । ତେବେ ଚଳିତ ଥର କିନ୍ତୁ ଏଥିପାଇଁ ବାରଣ କରାଯାଇଛି । ଏଥିପାଇଁ ଦିଲ୍ଲୀ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଡିଏମଙ୍କ ନିର୍ଦ୍ଦେଶରେ ସମସ୍ତ ଥାନାକୁ ଚିଠି ଲେଖି କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଇନ୍ ଉଲଂଘନ କଲେ ଜେଲଦଣ୍ଡ ଦିଆଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନବ ବର୍ଷ ଉପଲକ୍ଷେ ଏନସିଆରରେ କେବଳ ସବୁଜ ବାଣ ହିଁ ଫୁଟାଇର ଅନୁମତି ରହିଛି । ତେବେ ଏଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ନର୍ଦ୍ଧାରଣ କରିଛନ୍ତି । ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।  ଏହାବ ବ୍ୟତୀତ ଆଖପାଖ ଅଂଚଳରେ କେହି ବାଣ ବକ୍ରି କଲେ ଓ ବାଣ ଫୁଟାଇଲେ ତୁରନ୍ତ ପୋଲିସରେ ଖବର ଦେବାପାଇଁ ମଧ୍ୟ ଲୋକଙ୍କୁ ଅପିଲ କରାଯାଇଛି ।

ସୂଚନାଯୋଗ୍ୟ ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ଧୀରେ ଧୀରେ ଭୟଙ୍କର ହେଉଛି । ପ୍ରଦୂଷଣ ଯୋଗୁଁ ନାକେଦମ ହେଲେଣି ରାଜଧାନୀବାସୀ । ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଚିନ୍ତା ଘାରିଛି । ଏନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ହିଁ କିଛି କାମ ଦେଉନି । ତେବେ ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର ।