ଏକତରଫା ପ୍ରେମରୁ ପ୍ରେମିକର ଉନ୍ମତ୍ତକାଣ୍ଡ  : କଳାହାଣ୍ଡି କେସିଙ୍ଗାରେ ଯୁବତୀଙ୍କ ଗଳକାଟି ହତ୍ୟା ଉଦ୍ୟମ କଲା ପ୍ରେମିକ; ଝିଅକୁ ବଂଚାଇବାକୁ ଯାଇ ମା ମୃତ

132

କନକ ବ୍ୟୁରୋ : ଏକ ତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ । ଯୁବତୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ପ୍ରେମିକ । ଝିଅକୁ ବଂଚାଇବାକୁ ଯାଇ ମା’ର ମୃତ୍ୟୁ । କଳାହାଣ୍ଡି କେସିଙ୍ଗା ଥାନା କର୍ଲାଖୁଂଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ ଯୁବତୀ ଏବଂ ତାଙ୍କ ମା ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା ଅଭିଯୁକ୍ତ ତିଲକର ନାୟକ ।

ଆକ୍ରମଣରେ ଯୁବତୀ ଏବଂ ତାଙ୍କ ମା ଗୁରୁତର ଆହତ ହୋଇଥିଲେ । ତାଙ୍କୁ କେସିଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଯୁବତୀଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା । ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି । ଅଭିଯୁକ୍ତ ତିଲକ ସେହି ଗାଁର । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ ପ୍ରାଥମିକ ତଦନ୍ତରୁ ଏକ ତରଫା ପ୍ରେମ ବୋଲି ସନ୍ଦେହ କରାଯାଉଛି ।