ହୁସିଆର୍ ! ଆପଣଙ୍କ ନିକଟକୁ ବି ଆସିପାରେ ଜଣେ ଅଜ୍ଞାତ ଯୁବତୀଙ୍କ ଫୋନ କଲ୍, ଆଉ ଉଠାଇବା କ୍ଷଣି . . .

43

ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲର ଯୁଗ । ଖାଇବାଠାରୁ ଆରମ୍ଭ କରି ଲୁଗାପଟା କିଣିବା ପର୍ଯ୍ୟନ୍ତ ଲୋକେ ପେମେଂଟ ପାଇଁ ଏବେ ଡିଜିଟାଲର ମାଧ୍ୟମ ଆପଣାଉଛନ୍ତି । ସେହିପରି ଏହାକୁ ନେଇ ବିଭିନ୍ନ ଠକେଇ ମଧ୍ୟ ଦେଶରେ ମୁଣ୍ଡ ଟେକିଛି । ପ୍ରତିଦିନ କେହି ନା କେହି ଏହାର ଶିକାର ହେଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ହ୍ୟାକର ତଥା ଅନଲାଇନ ସ୍କାମର୍ସରେ ଲୋକମାନଙ୍କର ସମ୍ବେଦନଶୀଳ ବା ବ୍ୟକ୍ତିଗତ ସୂଚନା ଜାଣିବା ପାଇଁ ଏବେ ଏକ ନୂଆ ତାରିକା ଆପଣାଉଛନ୍ତି । ଯେଉଁଥି ପାଇଁ ସେମାନେ ଲୋକମାନଙ୍କର ସୋସିଆଲ ମିଡିଆ, ବ୍ୟାଙ୍କ ଆକାଉଂଟ ପାସୱାର୍ଡ ଭଳି ସୂଚନାକୁ ନେଇ ଲୁଟିବାରେ ଲାଗିପିଡିଛନ୍ତି । ଖାଲି ଏତିକି ନୁହେଁ, ନିଜ କାମକୁ ଠିକଣା ଦେବା ପାଇଁ ସେମାନେ ଏକ ଅଫିସିଆଲ ୱେବସାଇଟ ଲୋକଙ୍କ ନିକଟକୁ ପଠାଇଥାନ୍ତି । ଯାହାକୁ କ୍ଲିକ କରିବା ମାତ୍ରେ ହିଁ ଏହାକୁ ଖୋଲିଥିବା ବ୍ୟକ୍ତିବିଶେଷଙ୍କୁ ନିଜ କିଛି ତଥ୍ୟ ଦେବା ପାଇଁ ନିବେଦନ କରାଯାଇଥାଏ ଆଉ ଯଦି କେହି ଏଥିରେ ଫସି ଯାଏ ତେବେ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ମୁହୂର୍ତ୍ତକ ମଧ୍ୟରେ ଶୂନ୍ୟ ହୋଇଯାଇଥାଏ ।

ଏକଥା ଆମେ କହୁନାହୁଁ ବରଂ ଏଭଳି ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଦିଲୀ୍ଲର ମହୁର ଏକ ବ୍ୟସ୍ତ ବହୁଳ ଅଂଚଳରେ ବାସ କରୁଥିବା ଜଣେ ବ୍ୟବସାୟୀ ଏଭଳି ଠକାମୀର ଶିକାର ହୋଇଛନ୍ତି । ଏକ ଠକ ଗାଙ୍ଗର ଜଣେ ସଦସ୍ୟ ନିଜକୁ ବ୍ରାଜିଲିୟମ ବ୍ୟବସାୟୀ ମହିଳା କହି ପୀଡିତାଙ୍କ ସହ ଫେସବୁକରେ ସଂପର୍କ କରିଥିଲା । ମହିଳା ଜଣକ କହିଥିଲେ କି, ସେ ୟୁନାଇଟେଡ କିଂଗଡମରେ ଏକ ମେଜର ଗ୍ୟାସ କମ୍ପାନୀରେ କାମ କରୁଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଫେସବୁକ ଜରିଆରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କିଛି ସମୟ ପରେ ମହିଳା ଜଣକ ତାଙ୍କ ସହିତ ମିଶି ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ୨୭ ଲକ୍ଷ ୟୁଏସ ଡଲାର ନିବେଶ କରିବା ପାଇଁ କହିଥିଲେ । ତା’ପରେ କିଛି ସମୟ ପରେ ମହିଳା ଜଣକ ତାଙ୍କୁ ୭ ଲକ୍ଷ ଡଲାର ପଠାଇଥିବା ନେଇ ଏକ ରସିଦ ମଧ୍ୟ ଦେଖାଇଥିଲେ ।

ମହିଳା ଜଣକ ପୀଡିତଙ୍କୁ କହିଥିଲେ କି, ଆପଣ ଆପଣଙ୍କ କିଛି ଠିକଣା ମୋତେ ଦିଅନ୍ତୁ । ଯାହାକୁ ବ୍ୟାଙ୍କରେ ଦେବା ଆବଶ୍ୟକ । କାରଣ ସେ ପଠାଯାଇଥିବା ୭ ଲକ୍ଷ ଟଙ୍କା ୟୁଏସ ଡଲାର ସୁରକ୍ଷିତ ରହିବ । ଏହାପରେ ମହିଳା ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନମ୍ବର ଦେଇଥିଲେ, ଯାହାଙ୍କ ନାଁ ଡେବିଡ ମାର୍କ । ତେବେ ବ୍ୟକ୍ତି ଜଣକ ପୀଡିତଙ୍କୁ ୟୁକେକୁ ଟ୍ରାଂନ୍ସଫର କରାଯାଇଥିବା ଟଙ୍କାର ଟ୍ରାଂନ୍ସଫର ଫିସ୍ ମାଗିଥଲେ । ଏହି ସବୁ କଥା ପୀଡିତ ଜଣକ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ପରେ ପୀଡିତ ବ୍ୟକ୍ତି ଜଣକ ନିଜର ଇମେଲ ଆଇଡି ସେହି ବ୍ୟକ୍ତିଙ୍କୁ ଜଣକୁ ଦେଇଥିଲେ । ଯିଏକି ନିଜକୁ ଆରବିଆଇର ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ଆଶ୍ଚର୍ଯ୍ୟକର କଥା ହେଲା କି, ସେ ବିଶେଷ ଜଣକ ଯେଉଁ ୱେବସାଇଟ୍ ବିଷୟରେ କହିଥିଲେ ତାହା ଆରବିଆଇର ୱେବସାଇଟ ଭଳି ହିଁ ଥିଲା ।

ନିଜକୁ ଆରବିଆଇର ଅଧିକାରୀ ବୋଲି କହୁଥିବା ବ୍ୟକ୍ତି ଜଣକ ସେହି ୱେବସାଇଟର କୋଡ ଓ ଆଇଡି ଦେଇଥିଲେ ଆଉ ଏଥିରେ ନିଜର ସମସ୍ତ ଆକାଂଉଟ ଡିଟେଲ ପଠାଇବା ପାଇଁ କହିଥିଲେ । ଏହାପରେ ବ୍ୟକ୍ତି ଜଣକ ପୀଡିତଙ୍କୁ ପ୍ରତିଶୃତି ଦେଇ କହିଥିଲେ କି, ତାଙ୍କ ଆକାଂଉଟଙ୍କୁ ୪ ଲକ୍ଷ ଟଙ୍କା ପହଂଚି ଯିବ ବୋଲି ଆଉ ଯେଭଳି ହିଁ ବ୍ୟବସାୟୀ ଜଣକ ୬ ଲକ୍ଷ ଟଙ୍କାର ଟ୍ରାଂନ୍ସଫର ଫିସ ଜମା କରିଥିଲେ, ସଙ୍ଗେ ସଙ୍ଗେ ୱେବପେଜ କାମ କରିବା ବନ୍ଦ କରିଦେଲା । କିଛି ସମୟ ପରେ ମହିଳା ଜଣ ନିଜ ଫେସବୁକ ଆଇଡି ବି ଡିଲେଟ କରିଦେଇଥିଲେ । ଏହାପରେ ତାଙ୍କ ନମ୍ବର ବି ଉପଲବ୍ଧ ନଥିବା କହିଥିଲା ।