୨୦ହଜାର କି.ମି ଅତିକ୍ରମ କଲା ଚାଇନାର ବୁଲେଟ୍ ଟ୍ରେନ୍

63

2ବିଶ୍ୱରେ ଚାଇନା ଏମିତି ଏକ ଦେଶ ଯିଏକି ସବୁବେଳେ ନୂଆ ନୂଆ ଜିନିଷ ଆବିଷ୍କାର କରି ଚର୍ଚ୍ଚା ସାଉଁଟି ଥାଏ କେତେବେଳେ କାଚର ପୋଲ ତିଆରି କରି କେତେବେଳେ ବରଫର ଘର କରି ବିଶ୍ୱରେ ନିଜର କରିସ୍ମା ଦେଖେଇଥାଏ।

ଏବେ ଚାଇନାର ଦୀର୍ଘ ଯୋଜନା ସଫଳ ହୋଇଛି । ୨୦ ହଜାର କିଲୋମିଟରର ଦୀର୍ଘ ବୁଲେଟ ଟ୍ରେନ୍ ନେଟୱର୍କ ତିଆରି କରିଛି ଚାଇନା । ଯାହା ବିଶ୍ୱର ଦୀର୍ଘତମ ହାଇସ୍ପିଡ୍ ରେଲୱେ ନେଟୱର୍କ । ଏହି ଟ୍ରେନ ଲାଇନର କନଷ୍ଟ୍ରକ୍ସନ କାମ ୨୦୧୨ ଡିସେମ୍ବରରେ ହୋଇଥିଲା । ଏହାର ଟେଷ୍ଟ ଆରମ୍ଭ ହୋଇଥିଲା ୨୦୧୬, ଏପ୍ରିଲରେ ।

4ଏହି ବୁଲେଟ ଟ୍ରେନ୍ ଲାଇନ୍ ଚାଇନାର ଝେଂଗଝୋ କେନ୍ଦ୍ରୀୟ ହେନାନ ପ୍ରାନ୍ତ ଓ ପୂର୍ବରେ ଥିବା ଝୁଜାଉ ପ୍ରାନ୍ତ ଯାଏ ଖୋଲାହୋଇଛି । ଏହି ନୂଆ ଟ୍ରେନ ଲାଇନ ଅପରେସନ ଦ୍ୱାରା ଚାଇନାର ବୁଲେଟ ଟ୍ରେନ ଲାଇନ ମୋଟରେ ୨୦ହଜାର କିମିକୁ ବୃଦ୍ଧି ଘଟିଛି । ଯାହାକି ବିଶ୍ୱର ସବୁଠୁ ଲମ୍ବା ହାଇସ୍ପିଡ ଟ୍ରେନ ଲାଇନ୍ ।

ଏବେ ଜିଆନା ଓ ସାଂଘାଇ ମଧ୍ୟରେ ଟ୍ରାଭେଲ ସମୟ ୧୧ଘଂଟାରୁ ୬ଘଂଟାକୁ କମି ଯାଇଛି । ଏହା ମଧ୍ୟରେ ୯ଟି ଷ୍ଟେସନ ଓ ଟ୍ରେନ ସ୍ପିଡ ଘଂଟାକୁ ୩୦୦କି.ମି । ଚାଇନା , ଭାରତ ସମେତ ବିଶ୍ୱର ଅନ୍ୟ ଦେଶରେ ବୁଲେଟ ଟ୍ରେନ ନେଟୱର୍କ ପାଇଁ ଏବେ ଜାପାନ ସହ ପ୍ରତିଯୋଗୀତା ଆରମ୍ଭ କରିଛି ।