ଜଣେ ଝିଅ ପାଇଁ ଗୋଟିଏ ଟ୍ରେନ୍ : ଜାପାନର ରେଳ କାହାଣୀ

78

j-2ଆପଣ କେବେ ଶୁଣିଛନ୍ତି ବା କେବେ ଦେଖିଛନ୍ତି ଜଣେ ନିର୍ଦିଷ୍ଟ ଯାତ୍ରୀ ପାଇଁ ଟ୍ରେନ ଚାଲିବାର। ସେ ଯାତ୍ରୀ ଜଣକ ଛଡା ଆଉ କେହି ସେ ଟ୍ରେନରେ ଯାଉନଥିବେ। ହଁ, ଏମିତି ଏକ ଆଶ୍ଚର୍ଯ୍ୟକର ଖବର ଡେଲି ମେଲ ନ୍ୟୁଜରେ ପ୍ରକାଶ ପାଇଛି । ଏ କଥା ବିଶ୍ୱାସ ନହେଲେ ବି ସତ ।

japan-trainଜାପାନର ହୋକ୍କାଇଡୋରେ ଥିବା କାମି-ଶିରାଟାକି ଷ୍ଟେସନ। ଯେଉଁଠିକି ଦିନକୁ ଦୁଇ ଥର ଗୋଟେ ଟ୍ରେନ ଆସେ। ସକାଳେ ଓ ଅପରାହ୍ନରେ ଏବଂ ଗୋଟିଏ ଯାତ୍ରୀକୁ କେବଳ ସେହି ଷ୍ଟେସନରୁ ଉଠାଏ। ସେହି ଯାତ୍ରୀ ଜଣକ ହେଉଛି ଜଣେ ସ୍କୁଲରେ ପଢୁଥିବା ଝିଅ । ପ୍ରତିଦିନ ଏହି ଟ୍ରେନଟି ଠିକ୍ ଝିଅଟିର ସ୍କୁଲ ଟାଇମ ଅନୁସାରେ ଯା’ଆସ କରେ। ସକାଳ ୭.୦୪ରେ ଟ୍ରେନଟି ଷ୍ଟେସନକୁ ଆସେ ଝିଅଟିକୁ ନେବା ପାଇଁ ଓ ପୁଣି ଅପରାହ୍ନ ୫.୦୮ରେ ଛାଡିବାକୁ ଆସେ। ସେ ଝିଅଟି ହିଁ କେବଳ ସେ ଟ୍ରେନଟି ବ୍ୟବହାର କରେ ।

jjଜାପାନର ହୋକ୍କାଇଡୋ ଷ୍ଟେସନଟି ବ୍ୟବହାରରେ ଆସୁନଥିବାରୁ ୨୦୧୨ ରେ ସରକାର ଚାହିଁଥିଲେ ସେ ରୁଟରେ ଟ୍ରେନ ଚଳାଚଳକୁ ବନ୍ଦ କରିଦେବାକୁ। ହେଲେ ଯେତେବେଳେ ଜାଣିଲେ ସେହି ଷ୍ଟେସନରୁ ନିତି ଜଣେ ଝିଅ ଟ୍ରେନରେ ସ୍କୁଲ ଯାଉଛି, ପାଠ ପଢାରେ ବ୍ୟାହତ ହେବା ଜାଣି ଟ୍ରେନକୁ ବନ୍ଦ କଲେ ନାହିଁ। ଝିଅଟିର ଗ୍ରାଜୁଏସନ ଶେଷ ଯାଏ ଟ୍ରେନ ଚାଲିବ ବୋଲି ଅନୁମତି ଦେଲେ ସରକାର ଏବଂ ଝିଅଟିର ପାଠ ପଢା ପରେ ସେହି ଟ୍ରେନଟିକୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି । ଗତ ତିନି ବର୍ଷ ହେଲା ଏମିତି ଟ୍ରେନଟି ସେହି ଷ୍ଟେସନକୁ ଯା’ଆସ କରୁଛି। କେବଳ ସେ ଝିଅଟି ପାଇଁ।

kyushirataki-station1ଏଥିପାଇଁ ଜାପାନର ହୋକ୍କାଇଡୋ ରେଲେୱେ କଂପାନୀ ଓ ଜାପାନ ସରକାରଙ୍କୁ ଖୁବ୍ ପ୍ରଶଂସା କରାଯାଇଛି। ଯେଉଁ ଦେଶର ସରକାର ପାଠପଢା ପାଇଁ ଏତେ ବଡ ପଦକ୍ଷେପ ଉଠାଉଛନ୍ତି ସେ ଦେଶ ଉନ୍ନତି ହେବ ହିଁ ହେବ।ଜାପାନ ସରକାରଙ୍କ ଏଭଳି ରେଳ ନୀତିର କାହାଣୀ ସମସ୍ତଙ୍କୁ ଚକିତ କରିଛି।