୩୧ ମାର୍ଚ୍ଚ ପୂର୍ବରୁ କରି ଦିଅନ୍ତୁ ଏହି ଗୋଟିଏ କାମ ! ମିଳିବ ଏଲଇଡି ଟିଭି, ସ୍ମାର୍ଟଫୋନ ସମେତ ଟ୍ୟାବଲେଟ୍ ଭଳି ଅନେକ ଆକର୍ଷଣୀୟ ପୁରସ୍କାର

23

ଯଦି ଆପଣ ୩୧ ମାର୍ଚ୍ଚ ସୁଦ୍ଧା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଦିଅନ୍ତି ତେବେ ଆପଣ ଏଲଇଡି ଟିଭି, ସ୍ମାର୍ଟଫୋନ, ଟ୍ୟାବଲେଟ୍ ଭଳି ଅନେକ ବଡ ବଡ ଆକର୍ଷଣୀୟ ଉପହାର ପାଇପାରିବେ । ତେବେ ଆସନ୍ତୁ ଏହି ମହତ୍ୱପୂର୍ଣ୍ଣ କାମ ସଂପର୍କରେ. . .

ସୂଚନା ମୁତାବକ, ଟାଟା ପାୱର ବିଦ୍ୟୁତ୍ କଂପାନୀ ପକ୍ଷରୁ ଦିଲ୍ଲୀବାସୀଙ୍କ ପାଇଁ ୩୧ ମାର୍ଚ୍ଚ ସୁଦ୍ଧା ନିଜର ବିଜୁଳି ବିଲ ପଇଠ କରିବା ଉପରେ ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛି । ଉପଭୋକ୍ତାଙ୍କୁ ଏଲଇଡି ଟିଭି, ସ୍ମାର୍ଟଫୋନ, ଟ୍ୟବଲେଟ, ପେଟିଏମରୁ କ୍ୟାସବ୍ୟାକ ସମେତ ଅନେକ ଆକର୍ଷଣୀୟ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛି ।

ଏଥିପାଇଁ ଲକି ଡ୍ର ନେଇ ଏକ କାର୍ଯ୍ୟକ୍ରମ ବି ଆୟୋଜନ ଆସନ୍ତାମାସ କରାଯିବ । ଆଉ ଏଥିରେ ଯେଉଁମାନେ ଭାଗ୍ୟଶାଳୀ ବିଜେତା ବାହାରିବେ ତାଙ୍କୁ ଏସଏମଏସ ଜରିଆରେ ତାଙ୍କର ରେଜିଷ୍ଟର୍ଡ ନମ୍ବରରେ ହିଁ ସୂଚିତ କରାଯିବ । କଂପାନୀ ଅନୁସାରେ, ଯେଉଁ ଉପଭୋକ୍ତାମାନଙ୍କର ବିଜୁଳି ବିଲ ପୈଠ କରିବାର ଶେଷ ଅବଧି ଏପ୍ରିଲ ମାସ ରହିଛି, ମାତ୍ର ସେମାନେ ତାକୁ ୩୧ ମାର୍ଚ୍ଚ ପୂର୍ବରୁ ହିଁ ସଂପୂର୍ଣ୍ଣ ଭାବରେ ପରିଶୋଧ କରିଦେଇଥିବେ ତେବେ ଏମାନଙ୍କୁ ହିଁ ପୁରସ୍କାର ପ୍ରଦାନ କରାଯିବ । ଆଉ ଏହି ଲକି ଡ୍ର କାର୍ଯ୍ୟକ୍ରମରେ ଭାଗ୍ୟଶାଳୀ ବାହାରିଲେ ତାଙ୍କୁ ଏହି ସମସ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ ।