ଶୁଆର ନାମ ‘ଆଇନଷ୍ଟାଇନ୍’ ! ମଣିଷ ପରି କରୁଛି ୨ଶହ ଶଦ୍ଦର ଉଚ୍ଚାରଣ

32

ଶୁଆମାନେ ମଣିଷଙ୍କର କଥାକୁ ନକଲ କରିବାର ଆପଣ ଦେଖିଥିବେ । ହେଲେ ଏମିତି ଏକ ଶୁଆ ଅଛି ,ତାର ଟ୍ୟାଲେଣ୍ଟ ଦ୍ୱାରା ସେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛି । ଆଉ ଜୀବଜନ୍ତୁଙ୍କ ସ୍ୱରକୁ ବି ନକଲ କରିପାରୁଛି ।

ଖବର ଅନୁସାରେ, ଏହି ଶୁଆଟି ଘୋଡା ଭଳି ମଧ୍ୟ ହ୍ରେସାରାବ କରିପାରେ । କୁକୁର ଭଳି ଭୁକି ପାରେ । ଏହାସହ ମହାକାଶଯାନର ଶଦ୍ଦଠାରୁ ଆରମ୍ଭ କରି ଲେଜର ଭଳି ପ୍ରତିଧ୍ୱନି ସୃଷ୍ଟି କରିପାରେ । ଏହି ଶୁଆଟି ୭୦ଟି ଇଂରାଜୀ ଶଦ୍ଦର ନିର୍ଭୁଲ ଇଚ୍ଚାରଣ କରିବାରେ ମଧ୍ୟ ସକ୍ଷମ ଏଭଳି ସୁପରଟ୍ୟାଲେଣ୍ଟ ଯୋଗୁଁ ଏହି ଶୁଆର ନାଁ ‘ଆଇନଷ୍ଟାଇନ୍’ ରଖାଯାଇଛି ।

ଏହି ଶୁଆଟି ଆଫ୍ରିକୀୟ ପ୍ରଜାତିର ହୋଇଥିବା ବେଳେ ଆମେରିକାର ଟେନେସି ରାଜ୍ୟର ଏକ ଚିଡିଆଖାନାରେ ତାକୁ ରଖାଯାଇଛି । ଗୁରୁବାର ଶୁଆଟି କୁ ୨୩ବର୍ଷ ହୋଇଛି । ଏହି ଆବସରରେ ଶୁଆଟିକୁ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଇଛି । ଏହାକୁ ଦେଖି ଅନେକ ଲୋକ ବହୁତ ପ୍ରଶଂସା କରିଛନ୍ତି ଏହି ଅଦ୍ଭୁତ ଜୀବଟିକୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ- ଗରମକୁ ନେଇ ଚିନ୍ତିତ କି ? ମାତ୍ର ୧୦୦ଟଙ୍କାରେ ନିଜେ ତିଆରି କରନ୍ତୁ ଏୟାରକଣ୍ଡିସନର !