୫୦ ଘଂଟା ଚୁମ୍ବନ ଦେଇ କାର ଜିତିଲେ ମହିଳା ! ଚର୍ଚ୍ଚାରେ ପ୍ରତିଯୋଗିତା

50

ଲକି ଡ୍ର କିମ୍ବା ଅନ୍ୟ ପ୍ରତିଯୋଗିତାରେ ଭାଗ ନେଇ ଜଣେ କାର ଜିତିଥିବା କଥା ଆପଣ ଶୁଣିଥିବେ । କିନ୍ତୁ କିସ (ଚୁମ୍ବନ) ଦେଇ କାର ଜତିଥିବା କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆମେରିକା ଟେକ୍ସାସର ଅଷ୍ଟିନରେ ଘଟିଛି ଏଭଳି ଘଟଣା ।

ଜଣେ ୩୦ ବର୍ଷିୟ ମହିଳା ଲଗାତାର ୫୦ ଘଂଟା କିସ କରି ଏକ ଦାମୀ କାର ଜିତିଛନ୍ତି । ସ୍ଥାନୀୟ ଏକ ରେଡିଓ ଷ୍ଟେସନ ପକ୍ଷରୁ ଏହି କିସ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୨୦ଜଣ ଭାଗ ନେଇଥିଲେ । ପ୍ରତିଯୋଗିତାକୁ କିଛି ସମୟ ପାଇଁ ସୋସିଆଲ ମିଡିଆରେ ଲାଇଭ ମଧ୍ୟ କରାଯାଇଥିଲା । ଅଧିକାଂଶ ପ୍ରତିଯୋଗୀ ଅଳ୍ପ ସମୟରେ ହିଁ ପ୍ରତିଯୋଗିତାରୁ ବାଦ ପଡିଥିଲେ । କିନ୍ତୁ ୩୦ ବର୍ଷିୟା ଦିଲିନି ଜୟସୁରିଆ ଦୀର୍ଘ ୫୦ ଘଂଟା କିସ କରି କାର ଜିତିଥିଲେ ।

କାର ପାଇଁ ଘଂଟା ଘଂଟା ଧରି କିସ କରିବା କିଛିନୂଆ କଥା ନୁହେଁ । ୨୦୦୭ରୁ କାର କମ୍ପାନୀ ଚେଭରଲେଟ ପକ୍ଷରୁ ଚୀନ ଓ ଆମେରିକାରେ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଆସୁଛି । ପୂର୍ବରୁ ୨୦୧୨ରେ ୭୦ଘଂଟା କିସ କରି କାର ଜିତିଥିବା ଉଦାହରଣ ରହିଛି ।

ଦେଖନ୍ତୁ ଏହି ଭିଡିଓ –