ଚାକିରୀଆଙ୍କୁ ବଡ ଝଟକା ! ମୋଦି ସରକାର କମାଇ ପାରନ୍ତି ଇପିଏଫଓ ଉପରେ ମିଳୁଥିବା ସୁଧ ଦର

62

ରିଟାୟରମେଂଟ ଫଣ୍ଡ ବଡି ତଥା ଇପିଏଫଓ ବା ପିଏଫ ଉପରେ ମିଳୁଥିବା ସୁଧ ଦରରେ ହ୍ରାସତା ଆଣିପାରନ୍ତି ମୋଦି ସରକାର । ଶ୍ରମ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପୂର୍ବରୁ ପିଏଫ ଉପରେ ୮.୫୬ ପ୍ରତିଶତ ଦରର ସୁଧ ମିଳୁଥିଲା । ଯାହାର ୨୦୧୬-୧୭ରେ ମେମ୍ବର୍ସ ରହିଛନ୍ତି ପାଖାପାଖି ୪.୫ କୋଟି । ଯେଉଁ କାରଣରୁ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା (ଇପିଏଫଓ)ର ସୁଧ ଦରରେ ହ୍ରାସତା ଆଣିପାରନ୍ତି ମୋଦି ସରକାର । କାରଣ ଏମାନେ ସିଧା ବିନିୟମ ବ୍ୟାପାର ନିଧି ତଥା (ଇଟିଏଫ) ୟୁନିଟକୁ ଭବିଷ୍ୟତ ନିଧି ଖାତାରେ ଜମା କରୁଛନ୍ତି ।

ଅଧିକାରୀଙ୍କ ସୂଚନା ମୁତାବକ, କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ୨୦୧୭-୧୮ ପାଇଁ ଭବିଷ୍ୟତ ନିଧି ଜମା ରାଶି ଉପରେ ସୁଧ ଦରରେ ରିହାତି ବା ହ୍ରାସତା ଆଣିପାରନ୍ତି । କାହିଁକି ନା, ଇଟିଏଫ ନିବେଶକୁ ସିଧା ଗ୍ରାହକମାନଙ୍କ ଖାତାରେ ଜମା କରିବାର ଯୋଜନା ଚାଲିଛି । ଅଧିକାରୀଙ୍କ କହିବା କଥା ହେଲା, ଇପିଏଫଓ ଏବେ ବି ଚଳିତ ବଜେଟ ବର୍ଷ ପାଇଁ ଇନକମ ପ୍ରୋଜେକ୍ସନର କାମ କରୁଛି ଯାହାକି ଏହି ଅର୍ଥବର୍ଷ ପାଇଁ ଉପଭୋକ୍ତା ଖାତାରେ ସୁଧ ଦରକୁ ଜମା କରିବା ଆଧାରରେ ପ୍ରସ୍ତୁତ କରାଯିବ ।

ଏହା ପୂର୍ବରୁ ଇପିଏଫଓ, ମୂଲ୍ୟାଙ୍କନ ଏବଂ ଇକ୍ୱିଟି ନିବେଶର ଲେଖାଙ୍କନ ପଲିସିକୁ ମଂଜୁରୀ ପ୍ରଦାନ କରିଥିଲେ । ଯାହାକୁ ଆଇଆଇଏମ ବେଙ୍ଗାଲୁରୁର ପରାମର୍ଶ ପରେ ପ୍ରସ୍ତୁତ କରାଯାଇଥିଲା । ଯାହାକି ଚଳତି ଅର୍ଥବର୍ଷର ଶେଷ ପର୍ଯ୍ୟନ୍ତ ଗ୍ରାହକମାନଙ୍କର ଭବିଷ୍ୟତ ନିଧି ଖାତାରେ ଇଟିଏଫ ୟୁନିଟକୁ କ୍ରେଡିଟ୍ କରିବାରେ ସକ୍ଷମ ହୋଇଯିବ । ଏହି ପ୍ରକାରେ ପ୍ରତ୍ୟେକ ଖାତାଧାରକ ନିଜର ପିଏଫ ବାଲାନ୍ସକୁ କ୍ୟାସ ବାଲାନ୍ସ ଏବଂ ଇଟିଏଫ ୟୁନିଟ୍ ଆଧାରରେ ଦେଖିପାରିବେ ।

ଇଟିଏଫ ଉପରେ ମିଳୁଥିବା ଲାଭକୁ ସବସ୍କ୍ରାଇବରଙ୍କ ଖାତାରେ ଜମା କରାଯିବ ହେଲେ ସଦସ୍ୟଙ୍କୁ ଏହାକୁ ଉଠାଇବା ସମୟରେ ଏହି ଇକ୍ୱିଟି ଇନଭେଷ୍ଟମେଂଟ କରିବା ଉପରେ ପୁରା ରକମ ମିଳିବ । ଗ୍ରାହକଙ୍କଠାରେ ନିଜର ଖାତାରୁ ଆଡଭାନ୍ସ ନେବା ସମୟରେ ଇଟିଏଫ ୟୁନିଟଗୁଡିକୁ ଶେଷ କରିବା କିମ୍ବା କ୍ୟାସ ବାହାର କରିବାର ବିକଳ୍ପ ରହିବ । ଅର୍ଥ ମନ୍ତ୍ରାଳୟ, ଶ୍ରମ ମନ୍ତ୍ରାଳୟ ଉପରେ ଚାପ ପକାଇଛି କି, ସେ ତାଙ୍କର ଇପିଏଫର ଦରକୁ ନିଜର ଏକ ଛୋଟ ସର୍ଭିସିଂ ସ୍କିମ ତଥା ପିପିଏଫ ଅନ୍ତର୍ଭୁକ୍ତ କରନ୍ତୁ ।

ସୌଜନ୍ୟ: ଜନସତ୍ତା