ସ୍ମାର୍ଟଫୋନ ବ୍ୟବହାରକରୀଙ୍କ ପାଇଁ ଖୁସି ଖବର ! ଏଣିକି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରି ଲୋକଙ୍କୁ ସତର୍କ କରାଇବ ମୋବାଇଲଫୋନ ।
ବାୟୁମଣ୍ଡଳର ପ୍ରଭାବ, ତାପମାନ ଏବଂ ଆଦ୍ରତାକୁ ମାପିବାରେ ସକ୍ଷମ ସ୍ମାର୍ଟଫୋନ । ଏକ ଉପନ୍ୟାସର ଅଧ୍ୟୟନରୁ ଜଣାପଡିଛି ଯେ, ମୌସମୀ ପାର୍ଟକୁ ଟ୍ରାକ କରିବା ସହ ଅନୁମାନ ଲଗାଇବାରେ ମଧ୍ୟ ସକ୍ଷମ ହୋଇପାରିବ ମୋବାଇଲ୍ । ବିଶେଷଜ୍ଞଙ୍କ ଅଧ୍ୟୟନରୁ ଜଣାପଡିଛି ବର୍ଷା, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ପୂର୍ବାନୁମାନ କରାଯାଇ ସତର୍କତା ଅବଲମ୍ବନ କରିବାରେ ସ୍ମାର୍ଟଫୋନ ସହାୟକ ହୋଇପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଟେଲ୍ ଅଭିବ୍ ବିଶ୍ୱବିଦ୍ୟାଳୟ ପ୍ରଫେସର କୋଲିନ ପ୍ରାଇସଙ୍କ କହିବା ଅନୁସାରେ, ଆମ ସ୍ମାର୍ଟଫୋନରେ ସେନ୍ସର ଲଗାତାର ଆମ ପରିବେଶର ପର୍ଯ୍ୟାଲୋଚନା କରୁଛି । ଯେଉଁଥିରେ ମାଧ୍ୟାକର୍ଷଣ, ପୃଥ୍ୱିବୀର ଚୁମ୍ବକୀୟ କ୍ଷେତ୍ର, ବାୟୁମଣ୍ଡଳର ପ୍ରଭାବ, ଆଦ୍ରତା, ତାପମାନ, ଧ୍ୱନି ସ୍ତର ଏବଂ ବହୁତ କିଛି ସାମିଲ ରହିଛି । ସାରା ଦୁନିଆରେ ୩-୪ ମିଲିୟନ ସ୍ମାର୍ଟଫୋନରେ ମହତ୍ୱପୂର୍ଣ୍ଣ ବାୟୁମଣ୍ଡଳିୟ ଡାଟା ଉପଲବ୍ଧ ରହିଛି । ମୋବାଇଲରେ ଉପଲବ୍ଧ ଥିବା ଡାଟା ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ ଲଗାଇ ଲୋକମାନଙ୍କୁ ସତର୍କ କରିପାରିବ । ଯାହା ଫଳରେ ବନ୍ୟା ଏବଂ ବାତ୍ୟାରେ ଯାଉଥିବା ଜୀବନକୁ ରୋକାଯାଇ ପାରିବ ।
ତେବେ ଏହି ବିଶେଷଜ୍ଞ ଦଳ ଚାରୋଟି ମୋବାଇଲ ଫୋନ ନେଇ ପରୀକ୍ଷା କରିଥିଲେ । ପରୀକ୍ଷାରେ ଜଣାପଡିଥିଲା ସ୍ମାର୍ଟଫୋନ ଫିଡବ୍ୟାକ ଲୁପ୍ ମାଧ୍ୟମରେ ମୌସୁମୀ ଜନିତ ପ୍ରକୃତ ସମୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ପୂର୍ବାନୁମାନ କରି ଆଲର୍ଟ କରିବାରେ ସକ୍ଷମ । ତେବେ ଏହା କେତେ ଦୁର ବିପର୍ଯ୍ୟୟ ମୁକାବିଲାରେ ସହାୟକ ହେବ ତାହାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ବାକି ରହିଛି ।