ବଲିଉଡ ଡ୍ରଗ୍ସ ଲିଙ୍କରୁ ଖୋଲୁଛି ଗୁମର: ରିୟାଙ୍କ ପରେ ସାରା, ଶ୍ରଦ୍ଧା, ରକୁଲ ଓ ସିମନ ଖମ୍ବଟାଙ୍କ ଉପରେ ଝୁଲୁଛି ଖଣ୍ଡା; ଜେରା ବେଳେ ଏମାନଙ୍କ ନାମ ରିୟା ନେଇଥିବା ସୂଚନା

ପଚରା ଉଚରା ପାଇଁ ଖୁବ ଶୀଘ୍ର ସମନ ପଠାଇପାରେ ଏନିସିବି

321

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ରିୟାଙ୍କ ପରେ କାହାର ପଡିବ ପାଳି । ଏହାକୁ ନେଇ ଆଶଙ୍କାରେ ଅଛନ୍ତିି ବଲିଉଡର ବହୁ କଳାକାର । ତେବେ ଖୁବ୍ ଶୀଘ୍ର ଅଭିନେତ୍ରୀ ସାରା ଖାନ, ଶ୍ରଦ୍ଧା କାପୁର,ରକୁଲ ପ୍ରୀତ୍ ଓ ସିମୋନ ଖମ୍ବାଟାଙ୍କୁ ଏନସିବି ପଚରାଉଚରା ପାଇଁ ସମନ ପଠାଇବ ବୋଲି ସୂଚନା ମିଳିଛି । ଏନସିବିର ଜେରା ବେଳେ ରିଆ ଚକ୍ରବର୍ତୀ ତଦନ୍ତକାରୀ ଟିମ୍ ଆଗରେ ସାରାଙ୍କ ନା ନେଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ କେଦାରନାଥ ସୁଟିଂ ସମୟରୁ ସୁଶାନ୍ତ ଡ୍ରଗ୍ସର ହାଇ ଡୋଜ୍ ନେବା ଆରମ୍ଭ କରିଥିଲେ ।

ଏହି ସମୟରେ ସୁଶାନ୍ତଙ୍କ ସହ ତାଙ୍କ ଫାର୍ମ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଥିଲେ  । କେବଳ ସେତିକି ନୁହେଁ କେଦାରନା ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଏବଂ କ୍ରିୟୁ ସୁଟିଂ ସମୟରେ ଡ୍ରଗ୍ସ ନେଉଥିବା ମଧ୍ୟ ରିଆ କହିଥିବା କୁହାଯାଉଛି । ଏଥିସହ ମୁମ୍ବାଇ ପାବନା ଡ୍ୟାମ ନିକଟରେ ଥିବା ସୁଶାନ୍ତଙ୍କ ଫାର୍ମ ହାଉସ ହ୍ୟାଙ୍ଗଆଉଟକୁ ଯାଇ ସେ ଅଭିନେତ୍ରୀମାନଙ୍କ ସହ ମିଶି ଡ୍ରଗ୍ସ ପାର୍ଟିର୍ କରୁଥିବା ଏନସିବିକୁ ପ୍ରମାଣ ମିଳିଛି । ତେଣୁ ରିୟା ଓ ବୋଟମ୍ୟାନର ବୟାନ ଆଧାରରେ ଏହି ସପ୍ତାହରେ ୪ ନାୟିକାଙ୍କୁ ସମନ ପଠାଇପାରେ ଏନସିବି ।