ସାରା ଦେଶରେ କୃଷିବିଲକୁ ନେଇ ଚର୍ଚ୍ଚା : ନୃତ୍ୟାଙ୍ଗନା ସ୍ୱପ୍ନା ଚୌଧୁରୀଙ୍କ ବୟାନ ଦେଶର କୃଷକମାନଙ୍କ ଆନ୍ଦୋଳନ ଉପରେ ପକାଇବକି ପ୍ରଭାବ ?

749

କନକ ବ୍ୟୁରୋ : କୃଷକଙ୍କ ସପକ୍ଷରେ ବାହାରିଲେ ବଲିଓଡର ଜଣାଶୁଣା ନୃତ୍ୟାଙ୍ଗନା ସ୍ୱପ୍ନା ଚୌଧୁରୀ । ଉଭୟ ସଦନରେ କୃଷି ବିଲ୍ ପାରିତ ହେବା ପରେ ଏହାକୁ ସାରା ଦେଶର କୃଷକମାନେ ରାସ୍ତାକୁ ଓହ୍ଲାଇବା ଆରମ୍ଭ କରିଛନ୍ତି । ଶାସକ ବିରୋଧିଙ୍କ ମତଭେଦ ଭିତରେ ପାରିତ ହୋଇଥିବା ଏହି ବିଲ ଏବେ ଦେଶର କୃଷକଙ୍କୁ କି ପରିଣାମ ଦେବ ତାହା ତ ସମୟ କହିବ । ହେଲେ ଏହାକୁ ପାରିତ କରିବା ପରେ ଏବେ ହରଡଘଣାରେ ପଡିଛି ବିଜେପି । କାହିଁକି ତାଙ୍କ ନିଜ ଦଳ ଭିତରୁ କିଛି ଲୋକ ନେତା ଏହି ବିଲକୁ ବିରୋଧ କରିଛନ୍ତି । ସ୍ୱପ୍ନା ଚୌଧୁରୀ ହରିଆଣା ବିଜେପିର ଜଣେ ସଦସ୍ୟ ଓ ନୃତ୍ୟଙ୍ଗନା ଭାବେ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି । 

ସେ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଜଣେ ଚାଷୀ ପରିବାରର ଝିଅ ଓ ମୋ ବାପା ଜଣେ ଚାଷୀ । ମୁଁ ଯେଉଁ ରାଜ୍ୟରୁ ଆସିଛି ସେଠିକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ହରିଆଣାରେ ଚାଷୀ ମାନଙ୍କୁ ସର୍ବାଧିକ ସମ୍ନାନ କରାଯାଏ । ମୁଁ ବହୁତ ସଂଘର୍ଷ କରି ବଲିଓଡରେ ପହଂଚି ପାରିଛି । ସୁଶାନ୍ତ ସିଂ ଆତ୍ମହତ୍ୟା କରିଥାନ୍ତୁ କି କେହି ତାଙ୍କୁ ହତ୍ୟା କରିଥାଉ । ଏ ମାମଲା ସିବିଆଇ ହାତରେ ରହିଛି । ଏହା ପରେ ବି ହଜାର ହଜାର ଲୋକ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ରାସ୍ତାରେ ନାରାବାଜି କରୁଛନ୍ତି । ହେଲେ କୃଷକମାନଙ୍କ ପାଇଁ କେବଳ କୃଷକଙ୍କୁ ବ୍ୟତିତ ଅନ୍ୟକେହି ମୁହଁ ଖୋଲିବାର ଦେଖାଯାଉ ନାହିଁ । ଦେଶର ପ୍ରତିଟି ଲୋକମାନଙ୍କ ପାଇଁ କିଷାନ ଉତ୍ପାଦିତ ଖାଦ୍ୟର  ଯେତେବେଳେ ଆବଶ୍ୟକତା ରହିଛି ସେତେବେଳେ ସେମାନଙ୍କ ହକ୍ ପାଇଁ ପ୍ରତିଟି ଲୋକ ମୁହଁ ଖୋଲିବା ଦରକାର ।

ରାସ୍ତାରେ କୃଷକମାନେ ସେମାନଙ୍କର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଯେଭଳି ଭାବେ ସେମାନଙ୍କ ଉପରେ ଆକ୍ରମଣ କରୁଛି ତାହା ନିନ୍ଦନୀୟ । ହେଲେ ସୁଶାନ୍ତ -ରିଆ, ଚୀନ- ଭାରତକୁ ନେଇ ଷ୍ଟଣ୍ଟ ଦେଖାଉଥିବା ଗଣମାଧ୍ୟମ ପାଖରେ କୃଷକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ ଖବର ନାହିଁ । ନା ସେମାନେ ଜାଣିଶୁଣି ଏଭଳି ସମ୍ବେଦନଶୀଳ ଖବରକୁ ଚାପି ଦେବାକୁ ଚାହୁଁଛନ୍ତି ବୋଲି ସ୍ୱପ୍ନ ପ୍ରଶ୍ନ କରିଛନ୍ତି ।

କହିରଖୁ କି ସ୍ପପ୍ନା ଚୌଧୁରୀ ନୃତ୍ୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ତାଙ୍କର ଏତେ ସଂଖ୍ୟାର ଫଲୋଅର୍ସ ଅଛନ୍ତି କି ସେ କହିଥିବା କଥା ବହୁତ ସାରା ଲୋକଙ୍କ ଉପରେ ପ୍ରଭାବ ପକାଇବ । ଏହାସହ କିଷାନ ଆନ୍ଦୋଳନ ସହିତ ଯୋଡି ହୋଇଥିବା ଲୋକଙ୍କୁ ବି ମାନସିକ ସ୍ତରରେ ଶକ୍ତି ମିଳିବ ।