ଦିଗହରା ହୋଇ ଚିଲିକାରେ ଲାଗିଲା ମାଲବାହୀ ଜାହାଜ । ମାଲେସିଆରୁ ଯାଉଥିଲା ବାଂଲାଦେଶ ।

1,287

କନକ ବ୍ୟୁରୋ : ଦିଗହରା ହେଲା ମାଲବାହୀ ଜାହାଜ । ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଜାହାଜ ଦିଗହରା ହୋଇଛି । ସୂଚନା ଅନୁସାରେ ଏକ ମାଲବାହୀ ଜାହାଜ ଚିଲିକାରେ ଲାଗିଛି । ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା । ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର ରାଜହଂସରେ ଅଟକିଛି ।

ଜାହାଜରେ ମାଲେସିଆର ୭ ଜଣ ନାଗରିକ ଓ ଜଣେ ଭାରତୀୟ ନାଗରିକ ଅଛନ୍ତି ବୋଲି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଆଇଆଇସି ସୁଧୀର ରଂଜନ ସାହୁ ସୂଚନା ଦେଇଛନ୍ତି ।