ମନ୍ଦିରରୁ ଫେରୁଥିବା ବେଳେ ମାଡିଗଲା ଟ୍ରକ, ଭାଇ ସମେତ ୨ ଭଉଣୀଙ୍କ ମୃତ୍ୟୁ

128

କନକ ବ୍ୟୁରୋ : ମଧ୍ୟ ପ୍ରଦେଶର ରାଜଗଡ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଷଡକ ଦୁର୍ଘଟଣା । ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ଦ୍ରୁତଗତିରେ ଆସି ଏକ ଟ୍ରକ ମାଡିଯିବାରୁ ଭାଇ ସମେତ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ପ୍ରସିଦ୍ଧ ଐତିହାସିକ ଶନି ମନ୍ଦିର ଖୀଲଚିପୁର ଠାରେ ଶନି ଅମାବାସ୍ୟାରେ ଦର୍ଶନ ପାଇଁ ଗୋଟିଏ ପରିବାରର ୨ ଭଉଣୀ ସେମାନଙ୍କ ଭାଇଙ୍କ ସହ ଆସିଥିଲେ । ପୂଜା ସାରିବା ପରେ ସେମାନେ ଏକ ବାଇକରେ ଫେରୁଥିବା ବେଳେ ସାମ୍ନାରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ବାଇକ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣାରେ କମଲ, ରେଖା ଓ ନିଶା ନାମକ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଲୋକ ଗୁରୁତର ହୋଇ ଏବେ ଖଲଚିପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡି ଛାଡି ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇ ପୋଲିସ ହାତରେ ଦେଇଛନ୍ତି ।

ଏହି ଘଟଣା ଶନିବାର ଦିନ ସନ୍ଧ୍ୟା ୬ ଟାରେ ଘଟିଛି । ଯେତେବେଳେ ଖଲଚିପୁର ଶନି ମନ୍ଦିରରେ ଦର୍ଶନାର୍ଥୀଙ୍କ ଭିଡ ଲାଗିଥିଲା । ଏହି କ୍ରମରେ ଦର୍ଶନ କରି ଫେରୁଥିବା ବେଳେ ଗୋଟିଏ ପରିବାର ୩ ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।