ରାଜ୍ୟରେ ଆଉ ୧୨ ଘଣ୍ଟା ବର୍ଷା ! ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ

449

କନକ ବ୍ୟୁରୋ : ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ପଶ୍ଚିମବଙ୍ଗରେ ପହଞ୍ଚିବ ।  ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଆଉ ୧୨ଘଣ୍ଟା ପରେ ବର୍ଷା ପରିମାଣ କମିବ ।  ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡିଶାରେ ବର୍ଷା ବଢିବ । ଦକ୍ଷିଣ ଓଡିଶାର ଉପକୂଳ ଜିଲ୍ଲାରେ ୬ଘଣ୍ଟା ଯାଏଁ ବର୍ଷା ହେବ । ବର୍ତ୍ତମାନ ୪୫ରୁ ୫୫ କିମି ବେଗରେ ପବନ ବହୁଛି । ରାତିରେ ପବନର ବେଗ କମି ୩୦ ରୁ ୪୦ କିମି ରହିବ ।

ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଂଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଗତ ୬ ଘଂଟା ହେବ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ଜୱାଦ । ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୭୦ କିଲୋମିଟର, ଗୋପାଳପୁରଠାରୁ ୧୦୦ କିଲୋମିଟର ଓ ପାରାଦିପ ଠାରୁ ୧୫୦ କିଲୋମିଟର ଦୁରରେ ରହିଛି ଜୱାଦ ।

ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଗତ ୪ଘଂଟା ମଧ୍ୟରେ ପାରାଦିପରେ ସର୍ବାଧିକ ୬୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସମୟରେ ବେଳେ ବେଳେ ୬୫ କିଲୋମିଟର ଝଟକା ଅନୁଭୁତ ହେଉଛି । ଉତର ଉପକୂଳ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।