ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ଘଟଣା : କିରାଣୀ ଗିରଫ ପରେ ଅଧିକାରୀ ଛାନିଆ; କାହାଠାରୁ ସାହାସ ପାଇ ସଂସ୍ଥାରେ ଯୌନ କେଳେଙ୍କାରୀ ଚଲାଇଥିଲା ସୁରେଶ

ଖୁବ ଶୀଘ୍ର ଖୋଲିପାରେ ଗୁମର

159

କନକ ବ୍ୟୁରୋ : ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ପଦାକୁ ଆସିବା ପରେ ଏବେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଛି । ଅନୁଷ୍ଠାନର ପୂର୍ବତନ ସଂପାଦକ ସୁରେଶ ବେହେରା ଓ ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କୁ ମିଶାଇ ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି । ହେଲେ ସରକାରୀ ଅନୁଦାନକୁ ଆତ୍ମସାତ କରିବାରେ ସହଯୋଗ କରୁଥିବା କିରାଣି ବନ୍ଧା ହେବା ପରେ ଏବେ ଅଧିକାରମାନଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ଜଣେ କିରାଣୀ କିଭଳି ଏତେ ବଡ଼ କାଣ୍ଡ କରୁଥିଲେ ଓ ଉପରିସ୍ଥ ଅଧିକାରୀ କିଭଳି କିଛି ଜାଣି ପାରୁନଥିଲେ ।

ଯୁବତୀଙ୍କୁ ଯୋଗାଇ ଏମାନଙ୍କ ମୁହଁ ବନ୍ଦ କରାଯାଉଥିଲା କି । ଏହି ଅଫିସରମାନେ କିଏ, ଲୋକେ ଏସବୁ ପ୍ରଶ୍ନର ଉତର ଜାଣିବାକୁ ଚାହୁଁଛନ୍ତି । ପୁଲିସ ସୁଚନାନୁସାରେ, ଜେଲ ହାଜତରେ ଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ଚାଲିଛି । ତଦନ୍ତରେ ଆହୁରି ଅନେକ କିଛି ବାକି ରହିଛି ଓ ବହୁ ରହସ୍ୟ ଉପରୁ ପର୍ଦ୍ଦା ହଟିନାହିଁ ବୋଲି ପୁଲିସ ନିଶ୍ଚିତ ହୋଇଛି । ଏଠାରେ କିରାଣୀ ମଉଜମଜଲିସ କରି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାଦ ହଡ଼ପ କରୁଥିଲେ । ଏହା ଅଧିକାରୀଙ୍କ ବିନା ଜ୍ଞାତସାରରେ ଚାଲୁଥିବ ବୋଲି ବିଶ୍ୱାସ କରିହେଉନାହିଁ । ଏହି କେଳେଙ୍କାରୀ ପଛରେ କିଛି ଅଧିକାରୀଙ୍କ ପଚ୍ଛନ୍ନ ହାତ ଥିବା ପୁଲିସ ସନ୍ଦେହ କରୁଛି ।