କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ : ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଗଲେ ୧୦ ଜଣିଆ ଟିମ

 କୋଟିଆରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ରର କରିବେ ଅନୁଧ୍ୟାନ

78

କନକ ବ୍ୟୁରୋ : କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ । ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ୧୦ ଜଣିଆ ଟିମ କୋଟିଆ ଅଭିମୁଖେ ଯାଇଛନ୍ତି । କୋଟିଆରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର କରୁଥିବା ବେଳେ ବିଜେପି ଟିମ ପହଚିଂ ସ୍ଥିତି ଅନୁଧ୍ୟାନ କରିବ ।

ପୂର୍ବରୁ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଆସୁଛି ବିଜେପି । ଦଳର ନେତା କହିଛନ୍ତି, ସେଠାରେ କେତୋଟି ଗାଁ ରହିଛି ସରକାରଙ୍କୁ ଜଣାନାହିଁ । ତେଣୁ ଆଗାମୀ ୧୩ ତାରିଖରେ ଆନ୍ଧ୍ର ନିର୍ବାଚନ ପୂର୍ବରୁ କୋଟିଆକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ହରଡଘଣାରେ ପକାଇବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ରାଜ୍ୟ ବିଜେପି । କୋଟିଆରେ ପହଚିିଂ ସ୍ଥିତି ଅନୁଧ୍ୟାନ କରିବା ପରେ ଆସନ୍ତାକାଲି ଦିନ ଗୋଟାଏରେ ସାମ୍ବାଦିକ ସମ୍ମିଳନୀ କରି ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛି ।