ଦ୍ୱନ୍ଦ୍ୱ ଦୂର କଲେ ସରକାର। ଏଣିକି କର୍ମଚାରୀଙ୍କୁ ମିଳିବ ମାସକୁ ଦୁଇଟି ଶନିବାର ସରକାରୀ ଛୁଟି

580

କନକ ବ୍ୟୁରୋ: ତିନି ଦିନ ତଳେ ସରକାର ଚତୁର୍ଥ ଶନିବାରକୁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଥିଲେ। ଏହା ସହ ସରକାରୀ କାର୍ଯ୍ୟାଳୟର ସମୟରେ କିଛିଟା ପରିବର୍ତ୍ତନ କରି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ରଖିଥିଲେ। ତେବେ ପୂର୍ବ ପରି ଦ୍ବିତୀୟ ଶନିବାର ଛୁଟି ରହିବ କି ନାହିଁ, ସେ ନେଇ କର୍ମଚାରୀମାନେ ଦ୍ବନ୍ଦ୍ବରେ ରହିଥିଲେ। ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବ ପରି ଦ୍ବିତୀୟ ଶନିବାର ଓ ସବୁ ରବିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

ଉଲ୍ଲେଖ ଥାଉ କି, ମାସର ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି ରହିବ ବୋଲି ନିକଟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଅଫିସ ଟାଇମ ଅଧଘଣ୍ଟା ବଢାଇ ଦେବା ପରେ ୪ର୍ଥ ଶନିବାରକୁ ଛୁଟି ହିସାବରେ ନେଇଛନ୍ତି ସରକାର ତେବେ ୪ର୍ଥ ଶନିବାର ଛୁଟି ଥିଲେ ବି ପୂର୍ବାହ୍ଣରେ ଅଫିସ ଆସିବେ କର୍ମଚାରୀ । କାମ ବାବଦରେ ମାନସ ମନ୍ଥନ କରିବାକୁ ସମସ୍ତେ ପୂର୍ବାହ୍ଣରେ ଆସିବେ ଆଉ ୫ଟି ବାବଦରେ ବିଭାଗୀୟ ଅଧିକାରୀ ପରାମର୍ଶ ଦେବା ପରେ କର୍ମଚାରୀ ପଳାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଏଣିକି ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ । ଆଉ ୟାରି ମଧ୍ୟରେ ଅଧଘଂଟାଏ ଲଂଚ ବ୍ରେକ ରହିଛି । ସାଢେ ଗୋଟାଏରୁ ୨ଟା ଯାଏ ରହିବ କର୍ମଚାରୀଙ୍କ ଲଂଚ ଆୱାର ।