ମୋଦିଙ୍କ ପାଇଁ ବିରାଟ ସଫଳତା ! ସୌଭାଗ୍ୟ ଯୋଜନାରେ ୨.୪୫ କୋଟି ଲୋକଙ୍କ ଘରେ ପହଞ୍ଚିପାରିଛି ବିଜୁଳି
କନକ ବ୍ୟୁରୋ : ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନକାଳରେ ବିଭିନ୍ନ ଲୋକହିତକର ଯୋଜନାମାନ ଆଣିଛନ୍ତି । ମୋଦିଙ୍କ ସାଢ଼େ ୪ ବର୍ଷ ଶାସନକାଳ ଭିତରେ ଦେଶର ଏକ ନୂଆ ଚିତ୍ର ସୃ୍ଷ୍ଟି କରିବା ପାଇଁ ମୋଦି ସବୁବେଳେ ଚେଷ୍ଟାରତ । ସେହି ଯୋଜନା ମଧ୍ୟରୁ ଗୋଟିଏ ହେଲା ସୌଭାଗ୍ୟ ଯୋଜନା । ଦେଶର ସମସ୍ତ ଗାଁ ୨୪ ଘଂଟିଆ ବିଜୁଳି ମୋଦି ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା । ସୌଭାଗ୍ୟ ଯୋଜନା ଅନୁସାରେ ଗରିବଙ୍କୁ ୫ ଟି ଏଲଇଡ଼ି ବଲବ,ଗୋଟିଏ ପଙ୍ଖା ଓ ଗୋଟିଏ ବ୍ୟାଟେରୀ ଦେବାର ମଧ୍ୟ ଯୋଜନା କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା ‘ସୌଭାଗ୍ୟ’ ଦ୍ୱାରା ଦେଶର ସବୁ ପରିବାରକୁ କିପରି ବିଜୁଳି ସଂଯୋଗ ହୋଇପାରିବ ତାହା ଥିଲା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା । ୨୦୧୭ ସେପ୍ଟେମ୍ବର ୨୫ରେ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ୨୦୧୯ ମାର୍ଚ ୩୧ ତାରିଖ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମୋଦିଙ୍କ ଏହି ଯୋଜନା କେତେ ସଫଳ ହୋଇପାରିଛି ।
‘ସୌଭାଗ୍ୟ’ ଯୋଜନାର ଲକ୍ଷ୍ୟ ଥିଲା କି ଦେଶର ପ୍ରାୟ ୨.୫ କୋଟି ଘରେ ବିଜୁଳି ସଂଯୋଗ କରାଯିବ । ସେଥିମଧ୍ୟରୁ ବର୍ତମାନ କେବଳ ୨୮୫୯୪ଟି ଘର ବାକି ରହି ଯାଇଛି । ମୋଦି ସରକାରଙ୍କ ପାଇଁ ଏହା ଏକ ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରାୟ ୨.୪୫ କୋଟି ଘର ଆଲୋକିତ ହୋଇଛି । ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଅନ୍ୟ ଘର ସବୁ ଆଲୋକିତ ହୋଇ । ସୌଭାଗ୍ୟ ଯୋଜନାର ୱେବସାଇଟ ତଥ୍ୟ ଅନୁସାରେ, ବର୍ତମାନ ମାତ୍ର ୨୮,୫୯୪ ଘର ଅର୍ଥ ୦.୦୧ ପ୍ରତିଶତ ଘରେ ବିଜୁଳି ପହଁଚି ପାରିନାହିଁ । ଚଳିତ ମାସ ଶେଷ ସୁଦ୍ଧା ସବୁ ଘରେ ବଦ୍ୟୁତିକରଣ ହୋଇଯିବ । ସରକାରୀ ତଥ୍ୟ ଅନୁ ସାରେ ରାଜସ୍ଥାନର ଉଦୟପୁର ଜିଲ୍ଲାରେ କେବଳ ୮,୪୬୦ ଟି ଘରକୁ ବିଦ୍ୟୁତ ପହଁଚିନାହିଁ । ସେହିପରି ଛତିଶଗଡର ବିଜାପୁର, ନାରାୟଣପୁର, ଦାନ୍ତେୱାଡା ଏବଂ ସୁକମାରେ ପ୍ରାୟ ୨୦,୧୩୪ ଲୋକଙ୍କ ଘରେ ବିଜୁଳି ପହଁଚାଇବା ବାକି ରହିଛି ।